‘ରୁଦ୍ର ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ର ଟ୍ରେଲର ରିଲିଜ୍‌

ଡିଜନି ପ୍ଲସ୍‌ ହଟ୍‌ଷ୍ଟାର, ହଟଷ୍ଟାର ସ୍ପେସିଆଲ ଓ ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ କ୍ରାଇମ, ଥ୍ରୀଲର ଓ ସସ୍‌ପେନ୍ସ ସିରିଜ୍‌ ‘ରୁଦ୍ର ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ର ଦ୍ୱିତୀୟ ଟ୍ରେଲର ରିଲିଜ୍‌ ହୋଇଛି। ସୋମବାର ମୁମ୍ବାଇର ଏକ ଇଭେଣ୍ଟରେ ଏହି ଟ୍ରେଲରକୁ ରିଲିଜ୍‌ କରାଯାଇଛି। ୨ମିନିଟ୍‌ ୬ସେକେଣ୍ଡର ଏହି ଟ୍ରେଲରଟି ଅଜୟ ଦେବଗନଙ୍କ ଜବରଦସ୍ତ ଡାଏଲଗ୍‌ ଅନ୍ଧାରରେ ଯିଏ ଲୁଚି ରୁହେ, ମୁଁ ତା’କୁ ସେଠାରେ ହିଁ ମିଳିଥାଏରୁ ଆରମ୍ଭ ହୋଇଛି। ନିର୍ଦ୍ଦେଶକ ରାଜେଶ ମାପୁସ୍କରଙ୍କ ନିର୍ଦ୍ଦେଶିତ ଏହି ଡିଜିଟାଲ ସିରିଜ୍‌ରେ ଏସ୍‌ପି ରୁଦ୍ର ବୀର ଚରିତ୍ରରେ ଅଜୟଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ। ଯିଏ ରହସ୍ୟମୟ ଅପରାଧର ସମାଧାନ କରୁଥିବାର ନଜର ଆସିଛନ୍ତି। ସାଇକ୍ଲୋଜିକାଲ କ୍ର୍ରାଇମ୍‌ ଡ୍ରାମା ସହ ଅଜୟ ଦେବଗନ ଏକ ନୂଆ ଅନ୍ଦାଜରେ ଡିଜିଟାଲ ସିରିଜ୍‌ ଦୁନିଆରେ ପାଦ ରଖିଛନ୍ତି। ଏହି ଫିଲ୍ମରେ ଥିବା ତାଙ୍କର ରୁଦ୍ର ଚରିତ୍ର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ ପ୍ରେରଣାଦାୟକ। ଦର୍ଶମାନେ ତାଙ୍କୁ କେବେ ଏହି ଚରିତ୍ରରେ ଦେଖି ନ ଥିବେ ବୋଲି ଅଜୟ କହିଛନ୍ତି। ଏହି ୬ଟି ଧାରାବାହିକ ହେଉଛି ବ୍ରିଟିଶ ସିରିଜ ‘ଲୁଥର୍‌’ର ଭାରତୀୟ ସଂସ୍କରଣ। ଯାହା ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲା। ଏହି ସିରିଜ୍‌ରେ ରାଶି ଖନ୍ନା, ଇଶା ଦେଓଲ, ଅତୁଲ କୁଲକର୍ଣ୍ଣୀ, ଅଶ୍ୱୀନ, ତରୁଣ ଗେହଲଟ ଓ ଆଶିଷ ବିଦ୍ୟାର୍ଥି ସମେତ ସତ୍ୟଦୀପ ମିଶ୍ରାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ମୁମ୍ବାଇର ସବୁଠାରୁ ଲୋକପ୍ରିୟ ସ୍ଥାନଗୁଡ଼ିକରେ ଏହାର ଶୁଟିଂ କରାଯାଇଛି। ତେବେ ମାର୍ଚ୍ଚ ୪ରେ ଏହାକୁ ଡିଜନି ପ୍ଲସ ହଟଷ୍ଟାରରେ ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଓ ବଙ୍ଗାଳୀରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri