ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଘରେ ଘରେ ପାଣି ଯୋଗାଣ ପାଇଁ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ। ଗ୍ରାମର ଅନେକ ବୃଦ୍ଧା, ବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ରହିଛନ୍ତି। ଏପରିକି ଗ୍ରାମରେ ଏକ ମାସରୁ ଊର୍ଦ୍ଧ୍ୱ ହେବ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଥିବା ବେଳେ ମରାମତି କରାଯାଉନାହିଁ। ଫଳରେ ଗ୍ରାମବାସୀଙ୍କୁ ପ୍ରଶାସନ ସମସ୍ତ ମୌଳିକ ସୁବିଧାରୁ ବଞ୍ଚତ୍ତ କରି ଅନ୍ଧାରରେ ରଖିଥିବା ବେଳେ ଏବେ ବିଦ୍ୟୁତ୍‌ ବିଭାଗ ଆଦିବାସୀଙ୍କୁ ଅନ୍ଧାରରେ ଜୀବନ ବିତାଇବାକୁ ଛାଡ଼ିଦେଇଥିବା ଗ୍ରାମବାସୀ କହିଛନ୍ତି।
ଅନୁଯାୟୀ, ଗ୍ରାମରେ ୫୨ ଭୂୟଁା ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ପୋଡୁଚାଷ ଓ ମୂଲ ମଜୁରି କରି ଚଳୁଛନ୍ତି। ଗାଁରେ ପାଣି ସମସ୍ୟା ଉତ୍କଟ ରୂପ ନେଇଛି। ନଳକୂପରୁ ଦୁର୍ଗନ୍ଧ ପାଣି ବାହାରୁଥିବାରୁ ଜିଅନ୍ତା ନାଳପାଣି ପିଉଛନ୍ତି। ଉକ୍ତ ନାଳପାଣି ବି ଗାଧୋଇବା ସହ ଅନ୍ୟାନ୍ୟ କାମରେ ଲଗାଯାଉଥିବା ଗ୍ରାମର ଗମ୍ଭାରୀ ଦେହୁରୀ କହିଛନ୍ତି। ପାଇପ୍‌ ଯୋଗେ ପାଣି ଯୋଗାଣ ପାଇଁ ଘରେ ଘରେ ଟ୍ୟାପ ଲଗାଯାଇଛି କିନ୍ତୁ ପାଣିର ଦେଖାନାହିଁ। ଅଧାରୁ ଅଧିକ ଗରିବ ପରିବାର ଆବାସ ଯୋଜନାରେ ଘର ପାଇନାହାନ୍ତି। ଯେଉଁ କେତେଜଣ ପାଇଛନ୍ତି ତନ୍ମମଧ୍ୟରୁ ରେଙ୍ଗ ଦେହୁରୀ, କିରଣ ମଲ୍କିକଙ୍କ ସମେତ ଅନେକେଙ୍କ ଘର ସବୁ ଅଧାପନ୍ତରିଆ ହୋଇ ପଡିରହିଛି ବୋଲି ସ୍ଥାନୀୟ ସୁକୁଟି ମଲ୍ଲିକ, ଗମ୍ଭାରୀ ଦେହୁରୀ କହିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ନାଳପାଣି ପିଲାମାନେ ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ଅନେକ ଶିଶୁ ପୁଷ୍ଟିହୀନତା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମୋବାଇଲ ଟାଓ୍ବାର ନ ଥିବାରୁ ଆପାତକାଳୀନ ସମୟରେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିପାରୁନାହାନ୍ତି। ଗ୍ରାମରୁ ବାଂଶପାଳ ବ୍ଲକ୍‌ ମୁଖ୍ୟାଳୟ ୧୫ କି.ମି. ଦୂର ହୋଇଥିବା ବେଳେ ଯାତାୟାତ ସୁବିଧା ନ ଥିବାରୁ ଚାଲି ଚାଲି ମେଡିକାଲ, ପଞ୍ଚାୟତକୁ ଯିବା ଆସିବା କରିଥାନ୍ତି। ଅଟୋରେ ଗଲେ ୪୦ ଟଙ୍କା ଭଡ଼ା ଲାଗୁଛି। କାଗଜପତ୍ର ନ ଥିବାରୁ ଗ୍ରାମର ମାଛୁଆଣି ପ୍ରଧାନଙ୍କ ଭଳି କେତେକ ବୃଦ୍ଧା ଓ ବିଧବା ଭତ୍ତା ପାଇ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ପାଖାପାଖି ୧୨ ଟି ସୋଲାର ଲାଇଟ ପୋଷ୍ଟ ବସିଛି କିନ୍ତୁ ସେଥିରୁ ମାତ୍ର ୨ରୁ ୩ଟି ହିଁ ଜଳୁଛି। ଏକ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ବିଦ୍ୟୁତ୍‌ ସେବା ବନ୍ଦ ହୋଇଯାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସଜଡ଼ା ଯାଉନାହିଁ। ଫଳରେ ଅନ୍ଧାର ରାତିରେ ବନ୍ୟଜନ୍ତୁ ଭୟ ଯୋଗୁ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି ବୋଲି ଦୁର୍ଯ୍ୟୋଧନ ଦେହୁରୀଙ୍କ ସମେତ ଅନ୍ୟ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର

ଖଲ୍ଲିକୋଟ,୨୮ା୧୦: ଗଞ୍ଜାମ ଜିଲା ଖଲ୍ଲିକୋଟର କମଳାପଦର ଗାଁରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଗାଁର ୩ ପରିବାରର ୧୦ ବଖରା ଜଳିପୋଡ଼ି...

ପ୍ରକାଶ ସେଠୀଙ୍କ ନାଁରେ ୩ ଏତଲା

କଟକ ସଦର,୨୮ା୧୦(ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ବିଜେଡି ଛାଡ଼ି ଭାଜପାର ସଦସ୍ୟତା ଗ୍ରହଣ କରିଥିବା ନେଇ ଏକ ହ୍ବାଟ୍ସଆପ୍‌...

ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ...

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri