ନିର୍ଦ୍ଧାରିତ ସମୟରେ ରିଲିଜ୍‌ ହେବ ଶାହାରୁଖଙ୍କ ‘ଡଙ୍କି’

ମୁମ୍ବାଇ: ବଲିଉଡର କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନ ଚଳିତ ବର୍ଷ ଇଣ୍ଡଷ୍ଟ୍ରିକୁ ‘ପଠାନ’ ଏବଂ ‘ଯବାନ’ ଭଳି ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’କୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗତକାଲିଠାରୁ ଗୁଜବ ପ୍ରଚାରିତ ହୋଇଛି ଯେ, ଶାହାରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ରିଲିଜ ତାରିଖ ବୃଦ୍ଧି ହୋଇପାରେ। ହେଲେ ବର୍ତ୍ତମାନ ଖବର ଆସୁଛି ଯେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ନିର୍ଦ୍ଧାରିତ ସମୟରେ ମୁକ୍ତିଲାଭ କରିବ ଅର୍ଥାତ୍‌ ଖ୍ରୀଷ୍ଟମାସ ୨୦୨୩। ଏଥିରେ କୌଣସି ବିଳମ୍ବ ହେବ ନାହିଁ।

ଶୁକ୍ରବାର ରାତିରେ ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ତାଙ୍କ ଏକ୍ସ ଆକାଉଣ୍ଟରେ ପ୍ରକାଶ କରିଛନ୍ତି, ‘ଡଙ୍କି’ଙ୍କୁ ସ୍ଥଗିତ ରଖାଯାଉନାହିଁ। ସେ ଆହୁରି କହିଛନ୍ତି, ନିର୍ମାତାମାନେ ଖୁବ୍‌ଶୀଘ୍ର ରାଜକୁମାର ହିରାନୀ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଟିଜର ରିଲିଜ କରିବାକୁ ଯୋଜନା କରୁଛନ୍ତି।

Share