ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨ା୪(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସର୍ଦ୍ଦାରୀ ମହାରଣା ସେବାୟତ ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ରଥଖଳାରେ ରଥ ନିର୍ମାଣ ଚାଲିଛି। ଆସନ୍ତା ୧୪ତାରିଖରେ ରଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସୋମବାର ରାତିରେ ବ୍ୟାଟେରି ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଲାଇଟରେ ରଥ କାମ ଚାଲୁଥିବା ଦେଖିବାକୁ ମିଳିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ସୋମବାର ରାତିରେ ରଥ ନିର୍ମାଣ ପାଇଁ ମହାରଣା ସେବାୟତ ସହମତି ପ୍ରକାଶ କରିଥିଲେ। ଏଥିପାଇଁ ରଥଖଳାରେ ଆଲୋକ ଲଗାଇବାକୁ ମନ୍ଦିର ପ୍ରଶାସନ ରାଜି ହୋଇଥିଲା। ପ୍ରଶାସନର ଜଣେ ଅଧିକାରୀ ଆଲୋକୀକରଣ ବ୍ୟବସ୍ଥା କରାଯିବ କହି ପଳାଇଥିଲେ। ଫଳରେ ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଲାଇଟରେ କାମ ହୋଇଥିଲା। ଫଳରେ ସେବାୟତ ଓ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର...

କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ

ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ବହିଷ୍କାର କଲେ ଜିଲାପାଳ

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମର ୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଦୁଇରୁ ଅଧିକ ସନ୍ତାନ ଥିବାରୁ ଜିଲାପାଳ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

ଏପ୍ରିଲ ୩ରୁ ୩ ଦିନ ଧରି କୁଆପଥର ବର୍ଷା

ଭୁବନେଶ୍ୱର,୧।୪: ଏପ୍ରିଲ ୩ରୁ ୩ ଦିନ ଧରି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ୯ ଜିଲାକୁ ଅରେଞ୍ଜ...

ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ

ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍‌ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image