Categories: ବାଣିଜ୍ୟ

ଜନ୍ମ ପ୍ରମାଣପତ୍ରରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଯାଏ… ଅକ୍ଟୋବରରୁ ବଦଳିବ ଏହି ୫ ନିୟମ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୩୦।୯: ରବିବାରଠାରୁ ଅକ୍ଟୋବର ୨୦୨୩ ଆରମ୍ଭ ହେବ। ସବୁ ମାସ ପରି ଏହି ନୂଆ ମାସରେ ଅନେକ କିଛି ବଦଳିବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସ ଉପରେ ପଡ଼ିପାରେ। ବିଶେଷକରି ଏଲ୍‌ପିଜିଠାରୁ ଆରମ୍ଭ କରି ସ୍ମଲ ସେଭିଂ ସ୍କିମ୍‌ ଆଦିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆସନ୍ତୁ ଏଭଳି ୫ ସ୍ବତନ୍ତ୍ର ପରିବର୍ତ୍ତନ ବିଷୟରେ ଜାଣିବା…

-ଏଲ୍‌ପିଜି ଦାମ୍‌ରେ ପରିବର୍ତ୍ତନ:
ଅକ୍ଟୋବର ମାସ ଆରମ୍ଭରୁ ଏଲ୍‌ପିଜିର ଦର ବଦଳିପାରେ। କାରଣ ପ୍ରତି ମାସ ପହିଲାରେ ତୈଳ କମ୍ପାନୀଗୁଡ଼ିକ ଏଲ୍‌ପିଜି ଦର ସଂଶୋଧିତ କରିଥାଏ। କିଛି ଦିନ ପୂର୍ବେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ଛାଡ୍‌ କରିଥିଲେ। ହେଲେ ପହିଲାରେ ପୁଣି ଏହାର ଦାମ୍‌ରେ ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିବ।

-୨୦୦୦ ଟଙ୍କିଆ ନୋଟ ବଦଳାଇବାର ଡେଡ୍‌ଲାଇନ୍‌:
ଆର୍‌ବିଆଇର ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ କୁହାଯାଇଥିଲା। ଏଣୁ ଅକ୍ଟୋବର ପହିଲାରୁ ଏହି ନୋଟ୍‌ ଚଳିବ ନାହିଁ।

-ଟିସିଏସ୍‌ ନିୟମ ଲାଗୁ: ଅକ୍ଟୋବର ପହିଲାରୁ ଟିସିଏସ୍‌ ନିୟମ ଲାଗୁ ହେବ। ଏହା ବିଦେଶ ଯାତ୍ରାରେ ହେବାକୁ ଥିବା ଖର୍ଚ୍ଚ ଅର୍ଥାତ ନେଣଦେଣରେ ପ୍ରଭାବ ପକାଇବ। ବିଦେଶରେ ଷ୍ଟକ, ମ୍ୟୁଚୁଆଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରେନ୍ସିଂରେ ନିବେଶ ଅଥବା ବିଦେଶରେ ପଢ଼ା ଲାଗି ଯିବା ଆଦିରେ ନିୟମ ବଦଳିବ। ଆର୍‌ବିଆଇର ଲିବରାଇଜ୍ଡ ରେମିଟେନ୍ସ ସ୍କିମ୍‌(ଏଲ୍‌ଆର୍‌ଏସ୍‌) ଅନୁଯାୟୀ କୌଣସି ବ୍ୟକ୍ତି ବର୍ଷରେ ୨୫୦,୦୦୦ ଡଲାର ପର୍ଯ୍ୟନ୍ତ ପଠାଇପାରିବ। ଗୋଟିଏ ଆର୍ଥିକ ବର୍ଷରେ ୭ ଲକ୍ଷରୁ କମ୍‌ ଟ୍ରାନ୍ଜାକ୍ସନ ହେଲେ ଏହି ନିୟମ ଲାଗୁ ହେବ ନାହିଁ।

-ଜନ୍ମ ପ୍ରମାଣପତ୍ରରୁ କରିହେବ ଏହି କାମ:-
ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣପତ୍ରକୁ ବ୍ୟବହାର କରି ଅନେକ କାମ କରିହେବ। କୌଣସି ବିଶ୍ୱବିଦ୍ୟାଳୟରେ ପାଠପଢ଼ା, ନୂଆ ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଳିକା, ଆଧାର ନମ୍ବର, ମ୍ୟାରେଜ ରେଜିଷ୍ଟ୍ରେଶନ ଅଥବା ସରକାରୀ ଚାକିରିରେ ନିଯୁକ୍ତି ଆଦି ଲାଗି ଗୋଟିଏ ମାତ୍ର କାଗଜପତ୍ର ଭାବେ ଏହାକୁ ବ୍ୟବହାର କରିହେବ।

-କ୍ଷୁୁଦ୍ର ସଞ୍ଚୟକୁ ନେଇ ନିୟମ:
ଯଦି କେହି ସରକାରୀ ସଞ୍ଚୟ ଯୋଜନା ଯେଉଁଭଳି ଭବିଷ୍ୟ ନିଧି ପିପିଏଫ୍‌, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏନ୍‌ସିଏସ୍‌ଏସ୍‌), ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର ଭଳି କ୍ଷୁଦ୍ର ସଞ୍ଚୟ ଯୋଜନାରେ ଇନ୍‌ଭେଷ୍ଟ କରନ୍ତି ତେବେ ତାଙ୍କ ପାଇଁ ଅକ୍ଟେବାର ପହିଲା ଗୁରୁତ୍ୱ ରଖିଛି। ଏହି ଯୋଜନାରେ ଜଡ଼ିତ ହୋଇଥିବା ବ୍ୟକ୍ତି ନିଜର ଆଧାର କାର୍ଡ ଏବଂ ପ୍ୟାନ୍‌ କାର୍ଡକୁ ଅପ୍‌ଡେଟ୍‌ ନ କଲେ ଆକାଉଣ୍ଟ ସସ୍‌ପେଣ୍ଡ ହୋଇପାରେ। ସରକାର ଏଥିଲାଗି ଅପିଲ କରିସାରିଛନ୍ତି।

Share