
ନୂଆଦିଲ୍ଲୀ,୮।୪: ଉତ୍ତରପ୍ରଦେଶରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ ରାଜ୍ୟ ପୋଲିସ ଦାଏର କରିଥିବା ଦଓ୍ବୋନୀ ମାମଲାଗୁଡ଼ିକର ଏତଲା ଦେଖିବା ପରେ ଏଭଳି ଟିପ୍ପଣୀ ଦେଇଛନ୍ତି। ଦଓ୍ବୋନୀ ବିବାଦରେ ଆପରାଧିକ ଆଇନ କ’ଣ ପାଇଁ ଲାଗୁ କରାଯାଇଛି, ସତ୍ୟପାଠ ଜରିଆରେ ଜବାବ ରଖିବା ପାଇଁ ଖଣ୍ଡପୀଠ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ଗୌତମବୁଦ୍ଧ ନଗର ଜିଲା ଥାନାର ଷ୍ଟେଶନ ହାଉସ୍ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଭିଲ୍ ମାମଲାକୁ କ୍ରିମିନାଲ ମାମଲାରେ ବଦଳାଇବା ଗ୍ରହଣୀୟ ନୁହେଁ ବୋଲି ସିଜେଆଇ କହିଛନ୍ତି।