ବଜେଟ୍‌ ଆଲୋଚନାରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ଉପରେ ଚାଲିଥିବା ଆଲୋଚନା ସମୟରେ ମଙ୍ଗଳବାର ଅପରାହ୍ନରେ ମଧ୍ୟ ପୂର୍ବଦିନ ଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାରେ ବଜେଟ ଆଲୋଚନା ଚାଲିଥିଲେ ସୁଦ୍ଧା ବିରୋଧୀ ଏବଂ ଶାସକ ଦଳ ପରସ୍ପରର ଗୋହି ଖୋଳାଖୋଳି ହୋଇଛନ୍ତି। ଶାସକ ଦଳ ସଦସ୍ୟ ସିଦ୍ଧାନ୍ତ ମହାପାତ୍ର ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ, ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଗତ ସରକାର ଯାହା କରିବା କଥା କରିନାହାନ୍ତି। ଗଞ୍ଜାମ ପରିଧାନ ସଂସ୍ଥା ଗଞ୍ଜାମରେ କରାଯାଇଛି। ଏହି ସଂସ୍ଥା କିଛି ସ୍କୁଲ ପାଇଁ ପିଲାଙ୍କ ଡ୍ରେସ୍‌ କିଛି ପରିମାଣରେ ତିଆରି କରିଦେଇ ବାକି କୋଲକାତାରୁ କିଣି ଆଣୁଛି। ତେଣୁ ଏକଥା କହିବାର ଅର୍ଥ ମହିଳାଙ୍କୁ ବାସ୍ତବରେ ସ୍ବାବଲମ୍ବୀ କରିବାର ଅଛି। ସେହିପରି ଚାଷ କଥା କହିଲେ, ଗଞ୍ଜାମ ଏବଂ ଜଗତସିଂହପୁରରେ ମାତ୍ରାଧିକ କୀଟନାଶକ ବ୍ୟବହାର କାରଣରୁ ସେଠାରେ ଉତ୍ପାଦନ କ୍ଷମତା କମିଯାଇଛି। ତେଣୁ ଆମ ମାଟିର ଉତ୍ପାଦନ କ୍ଷମତା କେତେ ଅଛି ତାହା ପରୀକ୍ଷା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବିଜେଡି ସଦସ୍ୟ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ଚଳିତ ଥର ଆଗତ ହୋଇଥିବା ବଜେଟରେ ଗତବର୍ଷ ତୁଳନାରେ ୧୫ ପ୍ରତିଶତ ଅଭିବୃଦ୍ଧି ଘଟିଥିବା କହୁଛନ୍ତି। ବାସ୍ତବରେ ଗତଥର ତୁଳନାରେ ଚଳିତ ବଜେଟରେ ୩.୭୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୦୦ ମସିହାରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଉତ୍ପାଦନ ହୋଇପାରୁ ନ ଥିଲା। ହେଲେ ବିଜେଡିର ୨୪ ବର୍ଷ ଶାସନରେ ଓଡ଼ିଶାକୁ ୫ଥର କୃଷି କର୍ମଣ ପୁରସ୍କାର ମିଳିଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱଗୁରୁ ହୋଇପାରିଛି। କ୍ରୀଡା କ୍ଷେତ୍ରରେ ଯାହାସବୁ ହୋଇଛି ସେକଥା ସମସ୍ତେ ଜାଣନ୍ତି। ବିକାଶ ଦିଗରେ ଯାଉଥିବା ରାଜ୍ୟକୁ ଆଗକୁ ନେବାରେ ଆପଣମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି।
କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଜଣେ ବନ୍ଧୁ ଏ ଗୃହରେ ବହୁବାର ଓଡ଼ିଆ ଅସ୍ମିତା କଥା ଉଠାଇଲେ। ନିର୍ବାଚନ ସମୟରେ ଏମାନେ ପୁରୀରୁ ଜଗନ୍ନାଥଙ୍କ କଥା ଏବଂ ଓଡ଼ିଆ ଅସ୍ମିତା କଥା ବାରମ୍ବାର କହିଲେ, ଯାହାକି ଦାନା ବାନ୍ଧିଥିଲା। ହେଲେ ଭୁଲି ନ ଯାଆନ୍ତୁ, ବିଜେଡି-ଭାଜପା ରାଜ୍ୟରେ ୯ ବର୍ଷ ଏକାଠି ଶାସନ କରିଛନ୍ତି। ସେତେବେଳେ ଦୁଇ ଦଳ ବଜେଟ ଆଲୋଚନା ସମୟରେ ମିଶିକି ଟେବୁଲ୍‌ ପିଟୁଥିଲେ। ୨୦୦୦ ମସିହା ପୂର୍ବରୁ ଏତେ ମାତ୍ରାରେ ଖଣି, ଖାଦାନ ଚୋରି ହେଉ ନ ଥିଲା। ୨୦୦୩ ପରଠାରୁ ପାରାଦୀପରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଏବଂ କୋଭିଡ୍‌ ସମୟରେ ହଜାର ହଜାର ଟ୍ରକରେ ଖଣି ଚୋରି ହେଲା। ୨୦୦୦ ମସିହା ପୂର୍ବରୁ ଏ ପରିସ୍ଥିତି ନ ଥିଲା। ଖଣି ବିକିକି ଭିତିରିଆ ଏବଂ ଉପରିଆ ନେଇ ‘ପି’ରୁ ନାଁ ଆରମ୍ଭ ହେଉଥିବା ଜଣେ ତାମିଲ ସବୁ ଟଙ୍କା ନେଲେ। ସେ ଆଗରୁ ଓଡ଼ିଶାକୁ କଣ୍ଟ୍ରୋଲ କରୁଥିଲେ, ଏବେ ମଧ୍ୟ କରୁଛନ୍ତି। ଏହି ବଜେଟରେ ନୂତନତ୍ୱ କିଛି ନାହିଁ। ରାଜ୍ୟରେ ଛତୁଆ ଦୁର୍ନୀତି ଏକ ସବୁଠାରୁ ବଡ଼ ଘଟଣା। ପୂର୍ବରୁ ଏ ବିଜେଡି ସରକାର ଥିବାବେଳେ କହିଛି ଏ ଦୁର୍ନୀତିକୁ ନ ରୋକିଲେ ଅଭିଶାପରେ ଆଗକୁ ବଢ଼ିପାରିବ ନାହିଁ। ଏବେ ସେହି କଥା ପ୍ରମାଣିତ ହୋଇଛି। ଚାଷୀ ଆନ୍ଦୋଳନ ସମୟରେ ଅନେକ କୃଷକଙ୍କୁ ଗାଡ଼ି ମଡ଼ାଇ ଆକ୍ରମଣ କରି ମାରିଲେ, ଏବେ ଅବସ୍ଥା ଦେଖନ୍ତୁ। ସେମିତି ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇଗୁଣା କରିବେ କହିଥିଲେ। ଧାନର ଏମ୍‌ଏସ୍‌ପି ବୃଦ୍ଧି ଲାଗି ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମଗାଗଲା। ବାଚସ୍ପତି ମଧ୍ୟ ଚିଠି ଲେଖିଲେ, ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଲେନି। ଏଠି ଭାଜପା ତ ସରକାର କରିବ ବୋଲି ଆଶା କରି ନ ଥିଲା। ହଉ ହଉ ହେଇଗଲା। ବିଜେଡି ମଧ୍ୟ ବିରୋଧୀ ଦଳରେ ବସିବ ଭାବି ନ ଥିଲା, ହେଲେ ସେଇଆ ହେଇଗଲା। ଖରିଫ ଚାଷ ଲାଗି ରାଜ୍ୟ ସରକାର ଯେତିକି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଯଦି ଚାଷୀଙ୍କୁ ଏମ୍‌ଏସପି ୩୧୦୦ ଟଙ୍କା ଦିଅନ୍ତି ତେବେ ୨୫ ପ୍ରତିଶତ କୃଷକ ଅର୍ଥ ପାଇପାରିବେ। ପ୍ରଥମେ ମହାନଦୀ ସମସ୍ୟାର ସମାଧାନ କରନ୍ତୁ। ଭାଜପା ସଦସ୍ୟ ଆକାଶ ଦାସ ନାଏକ କହିଛନ୍ତି, ରାଜ୍ୟ ସରକାର ଏକ ଦୂରଦର୍ଶୀ, ବାସ୍ତବଧର୍ମୀ ବଜେଟ ଆଣିଛନ୍ତି। ଏଥିରେ ଯାହାସବୁ ବ୍ୟୟବରାଦ କରାଯାଇଛି ସେସବୁ ସ୍ବାଗତଯୋଗ୍ୟ। ଭାଜପା ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି, ମୋହନ ସରକାର ସବୁ କ୍ଷେତ୍ର ଲାଗି ବଜେଟରେ ବ୍ୟୟ ବରାଦ କରିଛନ୍ତି। ବିଜେଡି ସଦସ୍ୟ ଧ୍ରୁବ ସାହୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠିତ ହୋଇସାରିଛି। ୨୦୦୦ ମସିହାରେ ବିଜେଡି ସରକାର ଦାୟିତ୍ୱ ନେବା ବେଳକୁ ଆମ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଥିଲା। ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଥିବା ଭିତରେ ରାଜ୍ୟର ଋଣ ଭାର ୭୮,୦୦୦ କୋଟିରେ ପହଞ୍ଚିଥିଲା। ହେଲେ ଚଳିତ ବଜେଟରେ କେବଳ ମୋହନ ସରକାର ୪୩,୪୯୫ କୋଟି ଟଙ୍କାର ଋଣ ଆକଳନ କରିଛନ୍ତି। ୨୪ ବର୍ଷରେ ଯେତିକି ଋଣ ବିଜେଡି ସରକାର କରି ନ ଥିଲା ତାର ଅଧା ଟଙ୍କା ଏ ସରକାର ଚଳିତ ବଜେଟରେ ଋଣ କରୁଛି। ରାଜ୍ୟ ସରକାର ବୋଧହୁଏ ବଜେଟ କରିବା ବେଳେ ଭୁଲି ଯାଇଛନ୍ତି ଆମ ଅର୍ଥନୀତି ଖଣି ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି। ତେବେ ଅନ୍ୟ ସଦସ୍ୟମାନେ ବଜେଟ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ସାଧାରଣ ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖିବା ସମୟରେ ବିଜେଡି ସଦସ୍ୟମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଆକ୍ଷେପମୂଳକ ମନ୍ତବ୍ୟ ରଖୁଥିବା କହି ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ଶାସକ ଦଳ ସଦସ୍ୟମାନଙ୍କ ଉପସ୍ଥିତିରେ ବଜେଟକୁ ଅନୁମୋଦନ ମିଳିଥିଲା। ଏହାସହ ୩୧ ତାରିଖ ସୁଦ୍ଧା ବିଭିନ୍ନ ସେବା ଓ ଉଦ୍ଦେଶ୍ୟ ସାଧାନ ନିମିତ୍ତ ଖର୍ଚ୍ଚ ତୁଲାଇବା ପାଇଁ ଲେଖାନୁଦାନ ଅନୁସୂଚୀର ସପ୍ତମ ସ୍ତମ୍ଭରେ ସୂଚିତ ମୋଟ୍‌ ୯୫ ହଜାର କୋଟି ଟଙ୍କାର ଲେଖା ଅନୁଦାନକୁ ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri