Categories: ଜାତୀୟ

ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜ ପ୍ରଚାର କାର୍ଯ୍ୟରେ ଲଗାଇ ପାରିବେ: ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧୧: ମଙ୍ଗଳବାର ସୁପ୍ରିମକୋର୍ଟ ଏକ କଣ୍ଟ୍ରୋଲ ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡିଓପିଟି)ର ଏକ କାର୍ଯ୍ୟାଳୟ ସ୍ମାରକପତ୍ରକୁ ଖାରଜ କରିବା ପାଇଁ ଦାଖଲ କରାଯାଇଥିବା ପିଆଇଏଲର ବିଚାର କରିବାକୁ ମନା କରିଦେଇଛନ୍ତି। ଏହି ଆବେଦନରେ କ୍ଷମତାରେ ଥିବା ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜର ଉପଲବ୍ଧିର ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାକୁ ଦାବି କରାଯାଇଥିଲା ।

ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ବେଞ୍ଚ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିକୁ ବିଚାର କରିଥିଲେ। ବେଞ୍ଚ କହିଛନ୍ତି ପ୍ରଚାର ପ୍ରସାର ଆବେଦନ ଶୁଣିବାକୁ ଆମର ଆଗ୍ରହ ନାହିଁ।

ଭୂଷଣ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେଉଁଥିରେ ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ଆଗାମୀ ନିର୍ବାଚନରେ ଲାଭ ହାସଲ କରିବା ଉଦ୍ଦେଶ୍ୟରେ ନିଜର କାର୍ଯ୍ୟ ପ୍ରଚାର କରିବାକୁ ଚାହୁଁଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ବେଞ୍ଚ କହିଛି ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ବାହାନା କରି ଏହି ଆବେଦନକୁ ଖାରଜ କରାଯାଇଛି। ଯଦି ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଚାହାନ୍ତି, ତେବେ ସେ ଏହା କରିପାରିବେ।

 

Share