ନୂଆଦିଲ୍ଲୀ,୧୦।୧୦: ନୋବେଲ ପୁରସ୍କାର ବିଜେତା ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ନିଧନକୁ ନେଇ ମଙ୍ଗଳବାର ଗୁଜବ ସୃଷ୍ଟି ହୋଇଥିଲା। ଏନେଇ ଜଣାପଡ଼ିବା ପରେ ଝିଅ ନନ୍ଦନା ଦେବ ସେନ ଟୁଇଟ୍ କରି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏଭଳି ଖବର ସମ୍ପୂର୍ଣ୍ଣ ଭୁଲ ଏବଂ ବିଭ୍ରାନ୍ତିକର ବୋଲି ନନ୍ଦନା କହିଛନ୍ତି।
୧୯୯୮ରେ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ମଙ୍ଗଳବାର ତାଙ୍କର ପରଲୋକ ନେଇ ଖବର ପ୍ରକାଶ ପାଇଥିଲା। ସେସବୁ ଦେଖିବା ପରେ ନନ୍ଦନା ଟୁଇଟ୍ କରି କହିଛନ୍ତି, ‘ବାପାଙ୍କ ପାଇଁ ଚିନ୍ତା କରିଥିବାରୁ ଧନ୍ୟବାଦ। ହେଲେ ଏହା ମିଥ୍ୟା ଖବର। ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆମେ କେମ୍ବ୍ରିଜରେ ପରିବାର ସହ ଏକ ସୁନ୍ଦର ସପ୍ତାହ ବିତାଇଛୁ। ସେ ହାର୍ଭାର୍ଡରେ ପ୍ରତି ସପ୍ତାହରେ ଦୁଇଟି ବିଷୟରେ ଶିକ୍ଷା ଦେଉଛନ୍ତି। ଏହାଛଡ଼ା ସେ ତାଙ୍କ ପୁସ୍ତକ ଉପରେ ମଧ୍ୟ କାମ କରୁଛନ୍ତି ବୋଲି ଝିଅ କହିଛନ୍ତି।
Friends, thanks for your concern but it’s fake news: Baba is totally fine. We just spent a wonderful week together w/ family in Cambridge—his hug as strong as always last night when we said bye! He is teaching 2 courses a week at Harvard, working on his gender book—busy as ever! pic.twitter.com/Fd84KVj1AT
— Nandana Sen (@nandanadevsen) October 10, 2023