Categories: ଫୁରସତ

ବିବାହ ନେଇ ଗୁଜବ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ରଶ୍ମିକା ମନ୍ଦାନାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ରଶ୍ମିକାଙ୍କ କ୍ୟାରିୟର୍‌କୁ ନେଇକି ନୁହେଁ ବରଂ ତାଙ୍କ ମ୍ୟାରେଜ୍‌କୁ ନେଇ ଏବେ ବିଭିନ୍ନ ଗଣମାଧ୍ୟମରେ ନାନା ରକମର ଖବର ଛାପିବାରେ ଲାଗିଛି। ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକାଙ୍କ ଅନ୍‌ସ୍କ୍ରିନ୍‌ ଯୋଡ଼ି ସମସ୍ତଙ୍କୁ ପସନ୍ଦ। ଅନ୍ୟପକ୍ଷେ କହିବାକୁ ଗଲେ କପୁଲଙ୍କ ଯୋଡ଼ି ସିନେପ୍ରେମୀଙ୍କ ଫେଭରାଇଟ୍‌। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଇଣ୍ଡଷ୍ଟ୍ରିରେ ବ୍ୟାପି ଯାଇଥିଲା। ଏହି ଘଟଣାକୁ କିଛିଦିନ ବିତିଯିବା ପରେ ଏବେ ପୁଣି ରଶ୍ମିକା ଓ ବିଜୟଙ୍କ ସମ୍ପର୍କକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ଦୁହେଁ କୁଆଡ଼େ ବାହାହେବାକୁ ଯାଉଛନ୍ତି। ନିକଟରେ ରଶ୍ମିକା ଓ ବିଜୟଙ୍କ ପରିବାର ଏକ ହୋଟେଲରେ ଡିନର କରୁଥିବା ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଭିଡିଓଟି ଖୁବ୍‌ ଭାଇରାଲ ହେଉଥିବାବେଳେ ଦୁହିଁଙ୍କ ପରିବାର ସେମାନଙ୍କ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏ ନେଇ ବିଜୟ କିମ୍ବା ରଶ୍ମିକା କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ନିକଟରେ ରଶ୍ମିକା ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍‌’ର ଶୁଟିଂ ସରିଛଇି, ଯାହା ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ।

Share