କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ ନେଇ ଗୁଜବ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଘଟିଥିବା ନେଇ ଶନିବାର ଗୁଜବ ସୃଷ୍ଟି ହୋଇଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିବା ଏକ ଖବର ପ୍ରଚାର ହେବାରେ ଲାଗିଥିଲା। ତେବେ ଏହା ମିଥ୍ୟା ଖବର ବୋଲି ସୂଚନା ଦିଆଯାଇଛି। ତିହାର ଜେଲ୍‌ରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଶହାବୁଦ୍ଦିନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ୨୦ ଏପ୍ରିଲ୍‌ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ବିଭିନ୍ନ ଗଣମାଧ୍ୟମ ଓ୍ବେବସାଇଟ୍‌ ଏବଂ ସୋସିଆଲ୍‌ ମିଡ଼ିଆରେ ଏଭଳି ଖବର ପ୍ରସାର ହେବା ପରେ ତୁରନ୍ତ ଏହାକୁ ଡିଲିଟ୍‌ କରି ଦିଆଯାଇଥିଲା।

Share