ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନବରତ ପ୍ରୟାସ କରୁଛନ୍ତି। ତେଣୁ ମୋଦି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଦୃଢ଼ ଦାବିଦାର। ଏହି ପୁରସ୍କାର ଲାଗି ତାଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି ନରଓ୍ବେଜିଆନ୍ ନୋବେଲ ପ୍ରାଇଜ୍ କମିଟି ସଦସ୍ୟ ଆସ୍ଲେ ତୋଜେ ଟୁଇଟ୍ କରିଥିବା ନେଇ ଖବର ପ୍ରକାଶ ପାଇଥିଲା। ଏନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏହାକୁ ତୋଜେ ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ତୋଜେ କହିଛନ୍ତି।