Categories: ଫୁରସତ

ପେଟ୍ରୋଲ ନୁହେଁ, ଏଥର ପାଣିରେ ଚାଲିବ ବାଇକ୍‌

ୟଶ୍‌ ନାମକ ଜଣେ ଯୁକ୍ତଦୁଇ ଛାତ୍ର ଏବଂ ତାଙ୍କର ୪ ସାଙ୍ଗ ମିଶି ଏକ କମାଲ ଦେଖାଇଛନ୍ତି। ଏହି କମାଲରେ ଏମିତି ଏକ କିଟ୍‌ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପେଟ୍ରୋଲ ନୁହେଁ ପାଣିରେ ବି ବାଇକ୍‌ ଚାଲିପାରିବ।

ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା କରି ଏମିତି କିଟ୍‌ ତିଆରି କରିଥିବା ଦୃଢ଼ ଭାବେ କହିଛନ୍ତି ୟଶ୍‌। ମାତ୍ର ୩୦ ଟଙ୍କାରେ ବାଇକ୍‌ ୧୦୦ କିଲୋମିଟର ଦୌଡ଼ି ପାରିବ। ୟଶ୍‌ଙ୍କ ସହ ମନ୍ଦାର କଲ୍ଲେ, ମହେଶ ଘାଟେ, ଶାନ୍ତନୁ ଝକାଡ ଏବଂ ଅଭିଜିତ୍‌ ଡାମରେ ମଧ୍ୟ ସାମିଲ ଅଛନ୍ତି। କିଟ୍‌ ବ୍ୟବହାର ପାଇଁ ସେମାନେ ପୁରୁଣା ବାଇକ୍‌ର ଇଞ୍ଜିନକୁ ନବୀକରଣ କରିଛନ୍ତି। ଖାର ପାଣିରୁ ହାଇଡ୍ରୋଜେନ ଗ୍ୟାସକୁ ଅଲଗା କରି ଏହାକୁ ପିଷ୍ଟନ ଦହନ ପାଇଁ ବ୍ୟବହାର କରିଛନ୍ତି।

ୟଶଙ୍କ ମତରେ ଏହି ବାଇକ୍‌ କୌଣସି ପ୍ରକାର ପ୍ରଦୂଷଣ କରିବ ନାହିଁ। ଏହି ଗବେଷଣାରେ ସେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ କୁହନ୍ତି, ତାଙ୍କୁ ଯଦି ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଏ ତେବେ ଆହୁରି କିଟ୍‌ ତିଆରି କରିପାରନ୍ତେ।
ୟଶଙ୍କ ବନ୍ଧୁମାନେ କୁହନ୍ତି, ପେଟ୍ରୋଲ ଡିଜେଲ ପରିବର୍ତ୍ତେ ପାଣିରେ ବାଇକ୍‌ଟି ଅଧିକ ବାଟ ଯାଇପାରିବ ଏବଂ ଯାତ୍ରା ମଧ୍ୟ ସୁରକ୍ଷିତ ହେବ।

Share