Categories: ଜାତୀୟ

ରନ୍‌ ଆଉଟ୍‌, ହିଟ୍‌ ଓ୍ବିକେଟ୍‌,ମ୍ୟାଚ୍‌ ଫିକ୍ସିଂ କହିଲେ ମୋଦି

ଜୟପୁର,୧୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଚୁରୁ ଏବଂ ଝୁନ୍‌ଝୁନ୍‌ରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କିଛି ତେର୍ଚ୍ଛାବାଣ ମାରିଛନ୍ତି। ଏହି ସମୟରେ ସେ ଶାସକ କଂଗ୍ରେସକୁ ‘ରନ୍‌ ଆଉଟ୍‌’, ଓ୍ବିକେଟ ମାରିବା ଏବଂ ମ୍ୟାଚ ଫିକ୍ସିଂ କହି କଟାକ୍ଷ କରିଛନ୍ତି।
ପ୍ରଧାନମନ୍ତ୍ରୀ ରବିବାର କହିଛନ୍ତି, କଂଗ୍ରେସ ସରକାରଙ୍କ ୫ ବର୍ଷ ପରସ୍ପରକୁ ‘ଶେଷ’ କରିବାରେ ଅତିବାହିତ ହୋଇଛି। ଏହା ସହିତ ମୋଦି କଂଗ୍ରେସ ଏବଂ ବିକାଶଙ୍କୁ ପରସ୍ପରର ଶତ୍ରୁ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ରାଜ୍ୟର ସଂସ୍କୃତିର ସୁରକ୍ଷା ପାଇଁ ଏଠାରେ କଂଗ୍ରେସ ସରକାର ହଟାଇବା ଅତ୍ୟନ୍ତ ଜରୁରୀ।

Share