Categories: ବାଣିଜ୍ୟ

ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍‌ ମିଟ୍‌

ଭୁବନେଶ୍ୱର,୨୮।୮: ଦେଶର ଅଗ୍ରଣୀ ଟିଏମ୍‌ଟି ବାର୍‌ ଓ ସମନ୍ବିତ ଇସ୍ପାତ ଉପତ୍ାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଦେବରାଜ ପଣ୍ଡା ଆଣ୍ଡ୍‌ କୋ ସହଯୋଗରେ କନ୍ଧମାଳଠାରେ ଏକ ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଡିଲରମାନଙ୍କୁ ଏକତ୍ରିତ କରି ସେମାନଙ୍କ ଭିତରେ ଯୋଗାଯୋଗ ବଢ଼ାଇବା, ଚିନ୍ତାଧାରାର ଆଦାନପ୍ରଦାନ କରିବା ଏବଂ ରୁଙ୍ଗଟା ମାଇନ୍‌ସର ଉପତ୍ାଦ ଓ ଭବିଷ୍ୟତ ଯୋଜନା ବିଷୟରେ ଜଣାଇବା। ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଉନ୍ନତ ଉପତ୍ାଦ ଓ ନବସୃଜନ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି। ଉକ୍ତ ଡିଲର ମିଟ୍‌ରେ ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଇସ୍ପାତ ଓ ଟିଏମ୍‌ଟି ଶିଳ୍ପର ଅଭିବୃଦ୍ଧି ସମ୍ଭାବନା ଉପରେ ବିସ୍ତୃତ ଆଲୋକପାତ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ରୁଙ୍ଗଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଓ ସେଲ୍‌ସ ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି ଓ ଓୟାର ରଡ୍‌) ଅରବିନ୍ଦ କୁମାର କହିଛନ୍ତି, ଡିଲର ମିଟ୍‌ଗୁଡ଼ିକ କମ୍ପାନୀ କାର୍ଯ୍ୟଧାରାକୁ ଆଗକୁ ନେବା ସହିତ ନିରନ୍ତର ଭାବେ ଉଭୟ ଗ୍ରାହକ ଓ ଡିଲରମାନଙ୍କ ସ୍ବପ୍ନ ପୂରଣ କରୁଥିବା ବେଳେ ରୁଙ୍ଗଟା ଷ୍ଟିଲ୍‌ ନବସୃଜନ ଓ ସହଯୋଗିତାକୁ ସର୍ବଦା ଗୁରୁତ୍ୱ ଦେଉଛି।

ବିଶେଷ କରି ଇସ୍ପାତ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ଓ ଅଂଶୀଦାରଙ୍କ ନେଟ୍‌ୱର୍କକୁ ସମ୍ପ୍ରସାରଣ ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରୁଙ୍ଗଟା ଷ୍ଟିଲ୍‌ ସହଯୋଗୀମାନଙ୍କ କଥାକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି, ଫଳରେ ରୁଙ୍ଗଟା ଷ୍ଟିଲ୍‌ ଓ ତା’ର ଡିଲର୍‌ମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରି ଖୋଲା ଆଲୋଚନା ଏବଂ ମତାମତ ପାଇଁ ଏକ ମଞ୍ଚ ପ୍ରଦାନ କରିଛି।

Share