Categories: ବାଣିଜ୍ୟ

ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍ସ ମିଟ୍‌

ଭୁବନେଶ୍ୱର,୨୭।୨: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ବିତ ଇସ୍ପାତ ଏବଂ ଟିଏମ୍‌ଟି ବାର୍‌ ଉତ୍ପାଦନକାରୀ ରୁଙ୍ଗ୍‌ଟା ଷ୍ଟିଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା ଓ ଡିଲର୍ସ ମିଟ୍‌ର ଆୟୋଜନ କରାଯାଇଥିଲା। ବିଶେଷକରି ପଶ୍ଚିମବଙ୍ଗର ପ୍ରମୁଖ ବିତରକ ଏସ୍‌ଭିଏନ୍‌ ଏଣ୍ଟରପ୍ରାଇଜେସ୍‌ର ମିଳିତ ସହଯୋଗରେ ଆସାନସୋଲ୍‌ର ପାନୋରମା ୱାଟର ପାର୍କଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ମଧ୍ୟରେ ଥିବା ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦର୍ଶାଉଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଡିଲରମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମ୍‌ଟି ଆଣ୍ଡ ୱୟାର ରଡ୍‌) ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି, ଆମେ ନିୟମିତ ବ୍ୟବଧାନରେ ଆୟୋଜନ କରୁଥିବା ସମ୍ମିଳନୀକୁ ଉତ୍ସାହର ସହ ଅପେକ୍ଷା କରିଥାଉ,କାରଣ ତାହା ଆମକୁ ଆସାନସୋଲରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଆମର ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ବଜାରରେ ସମ୍ପ୍ରସାରଣ ପାଇଁ ମୂଲ୍ୟବାନ୍‌ ସୁଯୋଗ ପ୍ରଦାନ କରିଥିବା ବେଳେ ପାରସ୍ପରିକ ସଫଳତାକୁ ଆଗକୁ ବଢ଼ାଇବା ଲାଗି ଆମ ମୂଲ୍ୟବାନ୍‌ ସହଯୋଗୀଙ୍କ ସହ ମିଶି କାମ କରିବାର ସୁଯୋଗ ପ୍ରଦାନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଡିଲର ଯୋଗଦେଇଥିଲେ, ଯେଉଁଥିରେ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ବିକାଶ ଓ ପାରସ୍ପରିକ ଅଭିବୃଦ୍ଧି ରଣନୀତି ଉପରେ ଆଲୋଚନା ପାଇଁ ଭାବର ଆଦାନପ୍ରଦାନ ହୋଇଥିଲା।

Share