Categories: ବାଣିଜ୍ୟ

ଶାହରୁଖ ଖାନ୍‌ଙ୍କ ସହ ରୁଙ୍ଗ୍‌ଟା ଷ୍ଟିଲ୍‌ର ସହଭାଗିତା

ଭୁବନେଶ୍ୱର,୨।୧୦: ଦେଶର ଅଗ୍ରଣୀ ସମନ୍ବିତ ଇସ୍ପାତ ଓ ଟିଏମ୍‌ଟି ବାର୍‌ ନିର୍ମାତା ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଏକ ନୂତନ ଟିଭି ବିଜ୍ଞାପନର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଉକ୍ତ ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ସହ ରୁଙ୍ଗ୍‌ଟା ଷ୍ଟିଲ୍‌ର ସହଭାଗିତା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ କମ୍ପାନୀ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ର ଫେସ୍‌ (ଚେହେରା) ଭାବେ ପ୍ରଚାର କରୁଥିବା ବେଳେ ଉକ୍ତ ତାଲିକାରେ ଶାହରୁଖ ଖାନ୍‌ଙ୍କ ନାମ ଯୋଡ଼ି ହୋଇଛି।

ଅପରପକ୍ଷରେ ଶାହରୁଖ ଖାନ୍‌ଙ୍କ ଉପସ୍ଥିତି ବ୍ରାଣ୍ଡ୍‌କୁ ନୂତନ ଶିଖରରେ ପହଞ୍ଚାଇବ ବୋଲି କମ୍ପାନୀ ଆଶା କରିଛି, ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ସବୁଠୁ ପ୍ରଭାବଶାଳୀ ସମନ୍ବିତ ଇସ୍ପାତ ବ୍ରାଣ୍ଡ୍‌ ଭାବେ ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଉକ୍ତ ଟିଭି ବିଜ୍ଞାପନରେ ରୁଙ୍ଗଟା ଟିଏମ୍‌ଟି ବାର୍‌ ନିର୍ଦ୍ଧାରଣ କରୁଥିବା ଦୃଢ଼ତା ଓ ସ୍ବତନ୍ତ୍ର ଗୁଣକୁ ପ୍ରଦର୍ଶିତ କରାଯାଇଛି। ଯାହା ଶାହରୁଖଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସହ ସମାନ୍ତରାଳ ହୋଇପାରିଛି, ଅତୁଟ ସଂକଳ୍ପ, ମୂଲ୍ୟବୋଧ, ଅଭିଳାଷ ପାଇଁ ଶାହରୁଖ ବେଶ୍‌ ଜଣାଶୁଣା, ଯାହାକୁ ଉକ୍ତ ବିଜ୍ଞାପନର ମୂଳବାର୍ତ୍ତା ଭାବେ ପ୍ରଚାର କରାଯାଉଛି। ଉକ୍ତ ବିଜ୍ଞାପନ ପଛର ପରିକଳ୍ପନା ହେଉଛି ‘ଏକଦମ୍‌ ସଲିଡ୍‌ ଇଚ୍ଛାଶକ୍ତି’, ଯାହା ଶାହରୁଖଙ୍କ ଦୃଢ଼ତା ଓ ଉତ୍କର୍ଷ ପାଇଁ ନିରନ୍ତର ପ୍ରୟାସକୁ ଦର୍ଶାଉଛି।

ଏ ସମ୍ପର୍କରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଅରବିନ୍ଦ କୁମାର କହିଛନ୍ତି, ବଲିଉଡର କିମ୍ବଦନ୍ତୀ ଅଭିନେତା ଶାହରୁଖ ଖାନ୍‌ଙ୍କ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଥିବାବେଳେ ଶାହରୁଖ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ଆମର ସଦ୍ୟତମ ବ୍ରାଣ୍ଡ୍‌ ଅଭିଯାନକୁ ଉପସ୍ଥାପନ କରି ଆମେ ବେଶ୍‌ ରୋମାଞ୍ଚତ୍ତ ଅଛୁ। ବିଶେଷକରି ବ୍ରାଣ୍ଡର ଗୁଣାତ୍ମକ ମାନ ଓ ବିଶ୍ୱାସ ପ୍ରତି ଆମ ସମର୍ପଣ ଭାବକୁ ଉକ୍ତ ସହଭାଗିତା ପ୍ରତିଫଳିତ କରୁଛି।

Share