କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି ଗେଣ୍ଡା ମହାନଦୀ ଅବବାହିକା ତ୍ରିକୋଣଭୂମି ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ବାଲିଆ ଦୋରସା ପଟୁ ମାଟିରେ ଦେଖିବାକୁ ମିଳନ୍ତି। ଏହାର ସୁଯୋଗ ନେଇ କେତେଜଣ ମତ୍ସ୍ୟଜୀବୀ ଅତି ଚତୁରତାର ସହ ଛୋଟ ଡିଙ୍ଗିରେ ସମୁଦ୍ର କୂଳରୁ ସବୁଜ ଗେଣ୍ଡା ସଂଗ୍ରହ କରିଥାନ୍ତି। ବିଦେଶରେ ସବୁଜ ଗେଣ୍ଡାର ମାଂସ, ନାଳ ଓ ରସରେ ଔଷଧ ପ୍ରସ୍ତୁତ ହେଉଛି। ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡାଙ୍କ ବେଶ୍‌ ଚାହିଦା ରହିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି, ହୁକିଟୋଲା, ଷୋଳମୁହାଣ, ଲଞ୍ଚଘୋଲା, ତଣ୍ଡା ଓ ଚଟକା ହ୍ରଦରେ ସମୁଦ୍ର ପାଣି ଛାଡ଼ିବା ସମୟରେ ମାଟି ବାଲି ପଙ୍କରେ ବହୁ ପରିମାଣରେ ଦେଖିବାକୁ ମିଳେ। ଏହି ସମୟରେ ମତ୍ସ୍ୟଜୀବୀମାନେ କୁଇଣ୍ଟାଲ କୁଇଣ୍ଟାଲ ସଂଗ୍ରହକରି ଭଲ ଭାବେ ଜାଲିରେ ପ୍ୟାକିଂକରି ନିକଟସ୍ଥ ପାରାଦୀପ ମାଛ ଗଦିରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ଏହି ଗେଣ୍ଡାଙ୍କୁ ଧରିବା ସମୟରେ ସତର୍କ ନ ରହିଲେ ହାତ ଗୋଡ଼ କଟିଯିବା ଆଶଙ୍କା ରହିଛି। ବଜାରର ମୂଲ୍ୟ ୨ ଶହରୁ ୩ ଶହ ଟଙ୍କା ରହିଛି ବୋଲି ଜଣେ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ବିଶେଷକରି ଏହି ପ୍ରଜାତିର ସବୁଜ ଗେଣ୍ଡା ବନ୍ୟଜୀବ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସୂଚୀ ୨ରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଏହି ବିରଳ ପ୍ରଜାତିର ସବୁଜ ଗେଣ୍ଡା ମହାକାଳପଡ଼ା ବ୍ଲକ୍‌ କଜଳପାତିଆ ଅଞ୍ଚଳରୁ ବସ୍ତା ବସ୍ତା ହୋଇ ଡଙ୍ଗା ସାହାଯ୍ୟରେ ପାରାଦୀପ ଅଞ୍ଚଳର ମାଛ ବ୍ୟବସାୟୀମାନେ ଚଢ଼ା ଦରରେ ନେଇଥାନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ପାରାଦୀପରୁ ସ୍ବତନ୍ତ୍ର ଟ୍ରକ୍‌ ଯୋଗେ ଭାଇଜାଗ୍‌ ଓ କୋଲକାତା ବନ୍ଦର ଦେଇ ବିଦେଶ ତଥା ଚାଇନା, ହଂକଂ, ଇଣ୍ଡୋନେସିଆ, ସିଙ୍ଗାପୁର ଆଦି ଚାଲାଣ ହୋଇଥାଏ। ବିଦେଶରେ ଔଷଧ ପ୍ରସ୍ତୁତ ସହ ବଡ଼ ବଡ଼ ଷ୍ଟାର ହୋଟେଲରେ ଖାଦ୍ୟ ଭାବେ ବିଦେଶୀ ଓ ପର୍ଯ୍ୟଟକମାନଙ୍କ ଚାହିଦା ରହିଛି। ସେହିଭଳି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁ ପ୍ରଜାତିର ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡା ଗଭୀର ଜଳରାଶିରୁ ବର୍ଷା, ବନ୍ୟା ଜଳ ସମୁଦ୍ରରେ ମିଶିବା ପରେ ବହୁ ସଂଖ୍ୟାରେ କୂଳକୁ ଆସି ନାଲିମାଟି ଗୋଳିଆ ପାଣିରେ ଦେଖିବାକୁ ମିଳନ୍ତି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଏହାର ସୁରକ୍ଷା ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏହି ସବୁଜ ଗେଣ୍ଡାଙ୍କ ସମ୍ପର୍କରେ ଅବଗତ ନାହିଁ। ବିଭାଗୀୟ ସୂତ୍ରରୁ ବୁଝିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image