Categories: ବାଣିଜ୍ୟ

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୨୨।୫(ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ରୁପା ଦର ବୃଦ୍ଧି ପାଇବା ସହ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭୁବନେଶ୍ୱର ବଜାରରେ ରୁପା ଦର ୧ କି.ଗ୍ରା. (୧କେଜି) ପିଛା ୯୦,୦୦୦ଟଙ୍କା ଉପରେ କାରବାର ହେଉଥିବାବେଳେ ୨୨ ଓ ୨୪ କ୍ୟାରେଟ ସୁନା ଦର ମଧ୍ୟ ୬୮,୦୦୦ଟଙ୍କାରୁ ୭୫,୦୦୦ ଟଙ୍କା ଉପରେ ରହିଥିଲା। ସେହିଭଳି ଦିଲ୍ଲୀରେ ୧କେଜି ରୁପା ମୂଲ୍ୟ ୮୬,୪୬୦ ଟଙ୍କା ଥିଲାବେଳେ ସୋମବାର ୧କେଜି ରୁପା ମୂଲ୍ୟ ୮୬,୬୩୦ଟଙ୍କା ଥିଲା। ଏପରିକି ୨୪କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୫,୦୭୧ ଟଙ୍କା ଏବଂ ୨୨କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୬୮,୭୬୦.୫୦ଟଙ୍କାରେ କାରବାର ହେଉଥିବା ଜଣାପଡ଼ିଛି। ସେହିପରି ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ଦେଶର ପ୍ରମୁଖ ମହାନଗରରେ ମଧ୍ୟ ରୁପା ଓ ସୁନାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉପରୋକ୍ତ ମହାନଗରଗୁଡିକରେ ରୁପା ଦର ୧ କେଜି ପିଛା ଯଥାକ୍ରମେ ୮୬,୪୬୦ ଟଙ୍କା, ୮୬,୫୫୦ ଟଙ୍କା ଏବଂ ୮୬, ୪୬୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ଯଥାକ୍ରମେ ୭୫,୫୮୪ଟଙ୍କା, ୭୪,୯୯୭ ଟଙ୍କା ଏବଂ ୭୫,୫୧୧ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ହାର ସହ ସେଣ୍ଟ୍ରାଲ ବ୍ୟାଙ୍କଗୁଡିକ ମାତ୍ରାଧିକ ପରିମାଣରେ ସୁନା କ୍ରୟ ଦରବୃଦ୍ଧିର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ କାରଣରୁ ଦରବୃଦ୍ଧି କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଘରୋଇ ବଜାରରେ ମଧ୍ୟ ଉଭୟ ସୁନା ଓ ରୁପା ଦର କ୍ରମାଗତ ଭାବେ ବଢି ଚାଲିଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର (ଓଡ଼ିଶା)ର ସୁନା ମୂଲ୍ୟ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୪,୫୧୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମପିଛା ୬୭,୭୫୦ ଟଙ୍କା ରହିଛି। ସେହିଭଳି ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୫୫,୮୮୦ ଟଙ୍କା ଏବଂ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୯୫, ୦୦୦ ଟଙ୍କାରେ କାରବାର ହେଉଛି ବୋଲି ସ୍ମାଇଲ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share