ବମ୍ବେ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଜ-ଅନୁପମା। ଷ୍ଟାରପ୍ଲସ୍ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଆଗାମୀ ଏପିସୋଡରେ ଏହା ଦେଖିବାକୁ ମିଳିପାରେ। ପ୍ରଶଂସକମାନେ ଏହି ଚର୍ଚ୍ଚିତ ବିବାହକୁ ଅପେକ୍ଷା କରି ରହିଥିବା ବେଳେ ଏବେ ଅନୁପମାଙ୍କ ବଧୂ ବେଶର ଫଟୋ ସାମ୍ନାକୁ ଆସିଛି। ରୂପାଲି ଗାଙ୍ଗୁଲି ନିଜର ସୋସିଆଲ ମିଡିଆରେ ନିଜର ଫଟୋକୁ ଶେୟାର କରିଛନ୍ତି। ଅନୁପମା ନିଜର ଖାସ୍ ଦିନ ଲାଗି ଧଳା ଏବଂ ଲାଲ୍ ରଙ୍ଗର ଲେହେଙ୍ଗା ବାଛିଛନ୍ତି। ଏଥିସହ ସେ କୁନ୍ଦନ ଜୁଏଲାରୀ ପିନ୍ଧିଛନ୍ତି। ଏହି ଲୁକ୍ର ଫଟୋ ଶେୟାର କରି ରୁପାଲି କ୍ୟାପ୍ଶନ ଦେବାକୁ କହିଛନ୍ତି।