Advertisement

୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀଙ୍କ କଥା। ନିକଟରେ ସେ ‘ସ୍ବୟଂମ୍ବର: ମିକା ଦି ବୋଟି’ରେ ଅତିଥି ଭାବେ ପହଞ୍ଚିଥିଲେ। ସେଠାରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖାସ କାହାଣୀ ଉପରୁ ପରଦା ହଟାଇଛନ୍ତି। ଯେଉଁଥିରୁ ଗୋଟିଏ ଥିଲା ତାଙ୍କ ବିବାହ।

ରୁପାଲି ସ୍ବାମୀଙ୍କୁ ୧୨ ବର୍ଷ ଯାଏ ଅପେକ୍ଷା କରିଥିଲେ। କାରଣ ସେ ଆମେରିକାରେ ଥିଲେ। ରୁପାଲି ଭାରତରେ ରହିବାକୁ ଚାହୁଁଥିଲେ। ଫେବୃୟାରୀ ୪ରେ ସେ ଭାରତ ଆସି ତାଙ୍କୁ ହଠାତ ଗୋଟିଏ ଦିନ ପରେ ବିବାହ କରିବାକୁ କହିଥିଲେ। ସେତେବେଳେ ରୁପାଲି ଧାରାବାହିକରେ ଅଭିନୟ କରୁଥିଲେ। ସେ ଦୁଇଦିନ ଛୁଟି ମାଗିଥିଲେ। ପରେ ପରିବାରଲୋକଙ୍କୁ ରେଜିଷ୍ଟାର ବିବାହ କରୁଥିବା ଜଣାଇଥିଲେ। ଗୋଟିଏ ଦିନ ତାଙ୍କର ୪ଟା ବାଜିବା ଯାଏ ମେହେନ୍ଦୀ ହୋଇଥିଲା। ଏହାପରେ ହଳଦୀ ଉତ୍ସବ ହୋଇଥିଲା। ବିବାହ ଦିନ ସେ ଶାଢ଼ି କିଣିବାକୁ ଯାଇଥିଲେ। ତାଙ୍କ ସ୍ବାମୀଙ୍କ ପାଖରେ କିନ୍ତୁ ସମୟ ନ ଥିବାରୁ ଶାର୍ଟ ଏବଂ ଜିନ୍ସ ପିନ୍ଧିଥିଲେ। ଏହି ସମୟରେ ରୁପାଲିଙ୍କ ବାପା ସେ କନ୍ୟାଦାନ କରିବାକୁ ଚାହୁଁଥିବା କହିଥିଲେ। ସେଠାରେ କୌଣସି ପଣ୍ଡିତ ନ ଥିଲେ। ଯେମିତି ସେମିତି ଜଣେ ବ୍ରାହ୍ମଣଙ୍କୁ ଠିକ୍‌ କରାଯାଇଥିଲା। ମାତ୍ର ସେ ବ୍ୟସ୍ତ ଥିବାରୁ ମାତ୍ର ୧୫ ମିନିଟରେ ବିବାହ ମନ୍ତ୍ର ପଢ଼ିଥିଲେ। ଏମିତିରେ ତାଙ୍କ ବିବାହ ୧୫ ମିନିଟରେ ଶେଷ ହୋଇଥିଲା ବୋଲି ରୁପାଲି କହିଛନ୍ତି। ହେଲେ ସ୍ବାମୀ ରୂପରେ ତାଙ୍କୁ ହିରା ମିଳିଥିବା ସେ କହିଛନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ସେ ୨୦୧୩ ଫେବୃୟାରୀ ୬ରେ ବ୍ୟବସାୟୀ ଅଶ୍ୱିନ କେ. ବର୍ମାଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ରୁଦ୍ରାଂଶ ଅଛି। ଏବେ ସେ ଅନୁପମାରେ ପ୍ରମୁଖ ଚରିତ୍ରରେ ନଜର ଆସୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel