
ମୁମ୍ବାଇ,୧୩।୨: କ୍ରମାଗତ ୩ ଦିନ ଧରି ଡଲାର ତୁଳନାରେ ଟଙ୍କା ସ୍ଥିତି ସାମାନ୍ୟ ଭଲ ରହିବା ପରେ ବୁଧବାର ପୁଣିଥରେ ହ୍ରାସ ପାଇଛି। ଆମେରିକୀୟ ଡଲାରର ଦୃଢ଼ ସ୍ଥିତି ସାଙ୍ଗକୁ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ବୁଧବାର ଟଙ୍କା ମୂଲ୍ୟ ୧୬ ପଇସା ହ୍ରାସ ପାଇ ୮୬.୯୫ ହୋଇଛି, ଅର୍ଥାତ୍ ୧ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୮୬ ଟଙ୍କା ୯୫ ପଇସାରେ ପହଞ୍ଚତ୍ଛି।
ଫରେକ୍ସ ଟ୍ରେଡରଙ୍କ ଅନୁଯାୟୀ, ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ବୁଧବାର ପ୍ରଥମ ଭାଗରେ ଟଙ୍କା କାରବାର ଭଲ ରହିଥିବାବେଳେ ଘରୋଇ ଶେୟାର ବଜାରରେ ଅସ୍ଥିରତା ଯୋଗୁ ଏହାର ମୂଲ୍ୟ ହ୍ରାସ ପାଇଥିଲା। ଦିନ ମଧ୍ୟରେ ଏହା ସର୍ବାଧିକ ୮୬.୩୬କୁ ବୃଦ୍ଧି ପାଇ କାରବାର ଶେଷ ବେଳକୁ ୮୬.୯୫କୁ ଖସିଥିଲା। ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା ବୃଦ୍ଧି ପାଇ କାରବାର ଶେଷ ବେଳକୁ ୮୬.୭୯ରେ ପହଞ୍ଚତ୍ଥିଲା। ୨୦୨୩ ମାର୍ଚ୍ଚ ୩ ପରେ ଗୋଟିଏ ଦିନରେ ଟଙ୍କାର ଏହା ସର୍ବଧିକ ବୃଦ୍ଧି ଥିଲା।