Categories: ଜାତୀୟ

ଭୋଟ ନ ଦେଲେ ବ୍ୟାଙ୍କ୍‌ ଆକାଉଣ୍ଟରୁ କଟିବ ୩୫୦ଟଙ୍କା!

ନୂଆଦିଲ୍ଲୀ,୧୬।୯: ମତଦାନ ପ୍ରତ୍ୟେକ ନାଗରିକଙ୍କର ଅଧିକାର। ତେବେ ଆଗକୁ ୨୪ ଲୋକସଭା ଓ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି। ଭାଇରାଲ ମେସେଜରେ କୁହାଯାଉଛି କି ଯଦି ଜଣେ ବ୍ୟକ୍ତି ଭୋଟ ନ ଦିଅନ୍ତି, ତେବେ ତାଙ୍କ ଆକାଉଣ୍ଟରୁ ୩୫୦ ଟଙ୍କା କଟିଯିବ। ଖବରକାଗଜ କଟିଂର ଫଟୋ ଆକାରରେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି।

ଫଟୋରେ କୁହାଯାଉଛି କି ଯଦି କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ ମୋବାଇଲ ରିଚାର୍ଜରୁ ମଧ୍ୟ ଟଙ୍କା କଟିଯିବ। ଅନେକ ଲୋକ ଏହି ଖବର ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯେଉଁଥିରେ ନିର୍ବାଚନ ଆୟୋଗ ସମାଲୋଚିତ ହେଉଛନ୍ତି। ନିର୍ବାଚନ ଆୟୋଗ ଏନେଇ କୋର୍ଟଙ୍କ ଅନୁମୋଦନ ଗ୍ରହଣ କରିଛନ୍ତି ବୋଲି ମଧ୍ୟ ସୂଚନା ରହିଛି।
ତେବେ ପିଆଇବି ସୋସିଆଲ ମିଡିଆ ଏକ୍ସରେ ଏହି ଭାଇରାଲ ଖବରକୁ ମିଛ ବୋଲି କହିଛି। ଏହି ଖବର ମିଥ୍ୟା ଖବର କହିବା ସହ ନିର୍ବାଚନ ଆୟୋଗ ସେପରି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି ପିଆଇବି ସୂଚନା ଦେଇଛି।

Share