ରାତିଅଧିଆ ଚାଲିଛି ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ

କୋରେଇ,୨୧ା୨(ଡି.ଏନ.ଏ):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ସମୁଦାୟ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତିକରଣ ଆରମ୍ଭ ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ କେତେକ କାର୍ଯ୍ୟ ରାତିଅଧିଆ ଚାଲିଥିବା ଦେଖିବାକୁ ମିଳିଛି। ଏଥିରୁ ୧୦ଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ୱାଇ) ହୋଇଥିବାବେଳେ ୩ଟି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ) ରହିଛି। ତେବେ ଆସନ୍ତା ନିର୍ବାଚନ ଖର୍ଚ୍ଚ ପାଇଁ କେଉଁ ବିଭାଗରୁ କେତେ ଅର୍ଥ ଆଦାୟ ହୋଇପାରିବ ସେଥିପାଇଁ ତଳିଆ ନେତାଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଜନପ୍ରତିନିଧିମାନେ ଲାଗିପଡିଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀମାନେ ପ୍ରଶାସନକୁ ଆଖିଠାର ମାରି ଜନପ୍ରତିନିଧି ମାନଙ୍କୁ ଅର୍ଥ ଆଦାୟ କରି ଦେବାରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ନେତା, ଠିକାଦାର ଓ ଅଧିକାରୀ ମେଣ୍ଟ କରି ଲୁଟୁଥିବାରୁ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଛି, ଯାହାକି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନଷ୍ଟ ହୋଇଯାଉଛି।
କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟଠାରୁ ପୂର୍ବକୋଟ ୬.୪୯୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪.୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ନିର୍ମାଣ କାର୍ଯ୍ୟ ନିମ୍ନମାନର ଚାଲିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଅଭିଯୋଗ ଅନୁଯାୟୀ, ୭୨୭.୪୩ ଘନ ମିଟର ଚିପ୍ସ ବ୍ୟବହାର କରିବାକୁ ଚିଠାରେ ଉଲ୍ଲେଖ ରହିଛି। ହେଲେ ଏହାର ଅଧାଭାଗ ଚିପ୍ସ ମଧ୍ୟ ବ୍ୟବହାର ହେଉନାହିଁ। ୨୦,୪୪୦.୩ ଘନମିଟର ମାଟି କାମରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨,୮୭୮.୭୧ ଘନମିଟର ମେଟାଲ ବ୍ୟବହାର ହେବାକୁ ଚିଠାରେ ଲେଖାଯାଇଛି। କିନ୍ତୁ ଏଥିରେ ମଧ୍ୟ ବଡ଼ଧରଣର ସଲାସୁତୁରା ସହ ମେଟାଲଗୁଡ଼ିକ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ସେହିପରି ଏଷ୍ଟିମେଟ୍‌ ଅନୁଯାୟୀ ପ୍ରାଇମର ଓ ପିଚୁ ନ ଦେଇ ଏକାଥରେ ରାତିଅଧିଆ ରନ୍ଧାପିଚୁ ଢାଳି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତିରେ କାମ ହେଉଥିବାରୁ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନ ଥିବା କୁହାଯାଉଛି।
ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ରାସ୍ତାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି କାମରେ ସାଇଡ୍‌ ଫିଲିଂ କାର୍ଯ୍ୟ ଚାଲୁରହିଛି। ତେବେ ସାମାନ୍ୟ ବଜୁରୀ ଦେଇ କେବଳ ଡଷ୍ଟ ଦ୍ୱାରା ଫିଲିଂ କରାଯାଉଛି। ରାସ୍ତାକଡ଼ରେ ଥିବା ଚାଷଜମିରୁ ମାଟି ତାଡ଼ି ଦୁଇ ସାଇଡ୍‌କୁ ପୋତା ଯାଉଛି। ଫଳରେ ଓଭରହେଡ୍‌ ପାଣିଟାଙ୍କିରୁ ଜଳଯୋଗାଣ ପାଇଁ ରାସ୍ତାକଡ଼ରେ ବିଛାଯାଇଥିବା ପାଇପ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି। ଫଳରେ ୩ ଗ୍ରାମକୁ ଜଳ ଯୋଗାଣ ପ୍ରାୟ ଦେଢ ମାସ ହେବ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ଘଟିଛି। ଏନେଇ ଗ୍ରାମବାସୀମାନେ କୋରେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏନେଇ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରେ ନିଜେ ଉପସ୍ଥିତ ରହିବା ସହ କାମ ସମ୍ପୂର୍ଣ୍ଣ ଠିକ ଚାଲୁଥିବା ସେ କହିଛନ୍ତି। ତେବେ ଗ୍ରାମବାସୀଙ୍କ ବିରୋଧ ପାଇଁ ଗୋଟିଏ ଦିନ ରାତିରେ କାମ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର...

ଏନ୍‌ଆଇଏନ୍‌ଏଲ୍‌ର ଜନଶୁଣାଣିକୁ ସମର୍ଥନ

ଯାଜପୁର,୧୯ା୧୨(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଆସନ୍ତା ୨୦ ତାରିଖ ଶୁକ୍ରବାର ହେବାକୁ ଥିବା ଜନଶୁଣାଣୀକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ...

ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ

ଯାଜପୁର,୧୬/୧୨ ନିଜର ସେବା କାର୍ଯ୍ୟକୁ ନେଇ ଓଡ଼ିଶାରେ ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ। ସଦସ୍ୟଙ୍କ ବଡ଼ ଭଉଣୀଙ୍କ ଏକାଦଶାହ କ୍ରିୟା...

ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ…

ଯାଜପୁର,୧୩।୧୨: ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ଜାମିନ ମିଳିଛି। ଜାତିଆଣ ଆକ୍ଷେପ ମାମଲାରେ ଲଲଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଲଲଙ୍କୁ ଜାମିନ ଦେଲେ...

ପୁଣି ଦୈନିକ ୪୯.୫ କେଏଲ୍‌ ଭୂତଳ ଜଳ ଟାଣିବ ରାମ୍‌କୋ

ଯାଜପୁର,୧୧।୧୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ ଅନୁମତିପ୍ରାପ୍ତ ଦୈନିକ ୧୦୦ କିଲୋଲିଟରଠାରୁ ଢେର ଗୁଣ ଅଧିକ ଭୂତଳ ଜଳ...

ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି

କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି।  ଏଥିରେ  ୨ ଟି ମାଟି...

ଲଘୁ ଖଣିଜ ଲୁଟକୁ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ସ୍କ୍ବାଡ୍‌

ବରୀ,୭ା୧୨(ମହେନ୍ଦ୍ର ସ୍ବାଇଁ): ବରୀ ଶିକ୍ଷା ମଣ୍ଡଳ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନରେ ବିଳମ୍ବ ହେଉଛି। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର...

ଜମି ସମସ୍ୟାରେ ଛନ୍ଦିହୋଇଛନ୍ତି ୨୦ ହଜାର ଲୋକ

ଯାଜପୁର,୭ା୧୨(ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ତହସିଲ ସମେତ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳର ୩୬ଟି ରାଜସ୍ବ ଗ୍ରାମର ପ୍ରଜା ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri