ଗ୍ରାମୀଣ ଅର୍ଥନୈତିକ କରିଡର ବିକାଶ ହେବ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟର ୧୪୭ ବିଧାନସଭା ଆସନ ଅଞ୍ଚଳରେ ଗ୍ରାମୀଣ ଅର୍ଥନୈତିକ କରିଡର ବିକାଶ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଅର୍ଥନୈତିକ କରିଡର ପାଇଁ ଉପଯୁକ୍ତ ଗ୍ରାମ୍ୟ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରୁରାଲ ଓ୍ବାର୍କସ ଡିଭିଜନଗୁଡ଼ିକର ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୨ ତାରିଖ ସୁଦ୍ଧା ୭.୫ ମିଟର ଚଉଡା ଥିବା ୧୫ରୁ ୨୫ କି.ମି. ପର୍ଯ୍ୟନ୍ତ ରାସ୍ତାକୁ ଚିହ୍ନଟ କରି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଯନ୍ତ୍ରୀମାନେ ଓଡ଼ିଶା ରିମୋଟ ସେନ୍‌ସିଂ ଆପ୍ଲିକେଶନ ସେଣ୍ଟର(ଓରସାକ)ର ସହାୟତା ନେବାକୁ କୁହାଯାଇଛି। ସେହି ୩ଟି ରାସ୍ତାରୁ ଜିଲାପାଳ ଗୋଟିଏ ରାସ୍ତାକୁ ଚୂଡ଼ାନ୍ତ କରିବେ। ଜିଲାପାଳମାନେ ସେହି ପ୍ରସ୍ତାବକୁ ସରକାରଙ୍କ ନିକଟକୁ ପଠାଇବେ। ସରକାରଙ୍କ ଅନୁମୋଦନ ପରେ ଏ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Share