Categories: ଫୁରସତ

ଏସ୍କାଲେଟରେ ଆସୁଥିଲେ ଗ୍ରାମୀଣ ମହିଳା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦେଇଥାଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଗ୍ରାମୀଣ ମହିଳା ଏକ ଏସ୍କାଲେଟରରେ ତଳୁ ଉପରକୁ ଆସୁଥିବାର ଦେଖିବାକୁ ମିଳୁଛି । ସେମାନଙ୍କର ପ୍ରତିକ୍ରିୟା ଦେଖିବା ପରେ ଯେ, କେହିବି ହସି ଉଠିବେ। ବାସ୍ତବରେ, ଏସ୍କାଲେଟର ଉପରକୁ ଚଢ଼ିବା ପାଇଁ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି କୌଣସି ସନ୍ତୁଳନ ନରହେ, ତେବେ ଜଣେ ଝୁଣ୍ଟିପଡେ। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏସ୍କାଲେଟରେ ଖାଲି ପାଦରେ କିଛି ମହିଳା ତଳୁ ଉପରକୁ ଆସୁଛନ୍ତି। ସମସ୍ତେ ଖାଲି ପାଦରେ ଅଛନ୍ତି। ଏସ୍କାଲେଟର ଉପରକୁ ଆସିଲାବେଳେ ସେମାନେ ଭୟଭୀତ ହୋଇପଡ଼ୁଛନ୍ତି। ସେଠାରେ ଜଣେ ପୁରୁଷ ସମସ୍ତ ମହିଳାଙ୍କୁ ସାହାଯ୍ୟ କରୁଥିଲେ। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଦେଖିବା ପରେ ୟୁଜର୍ସମାନେ ପ୍ରତିକ୍ରିୟା ଦେଉଛନ୍ତି।

Share