ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି

ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ ଏକ ଏପରି ଦେଶ ଯିଏକି ୨୦୫୦ମସିହା ଦେଇ ଗତି କରୁଛି। ଏଠାରେ ପ୍ରତିଦିନ ଦୌଡୁଥିବା ବସ କି ଟ୍ରେନରେ ଭାରତ ଭଳି ଭିଡ ଦେଖିବାକୁ ମିଳେନାହିଁ। କିନ୍ତୁ ଏହି ପଥାର ବିପରୀତ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଦେଖି ଆପଣ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି, ଜାପାନର ମେଟ୍ରୋରେ ଦିଲ୍ଲୀ ମେଟ୍ରୋ ଠାରୁ ଭୟଙ୍କର ଭିଡ ହୋଇଥାଏ।

Share