Categories: ବାଣିଜ୍ୟ

ଋଷି ସିଂ ଓଜିବିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର,୨୫।୫: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ର ନୂତନ ଚେୟାରମ୍ୟାନ୍‌ ଭାବେ ଋଷି ସିଂ ନିକଟରେ ଯୋଗଦେଇଛନ୍ତି। ଓଜିବିରେ ଯୋଗଦାନ କରିବା ପୂର୍ବରୁ ସେ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କର ବାଙ୍ଗାଲୋର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ବିଶେଷକରି ଗ୍ରାମୀଣ ଋଣ ପ୍ରଦାନ, କର୍ପୋରେଟ୍‌ କ୍ରେଡିଟ୍‌ ଏବଂ ବୈଦେଶିକ ମୁଦ୍ରା ବିନିମୟରେ ତାଙ୍କର ୨୩ ବର୍ଷର ଦୀର୍ଘ ଅଭିଜ୍ଞତା ରହିଛି। ସେ ବିଭିନ୍ନ ଶାଖା ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ପଦ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସେହିଭଳି ଭାରତର ବିଭିନ୍ନ ପ୍ରାନ୍ତରେ ସେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏପରିକି ଗ୍ରାମାଞ୍ଚଳର ବିକାଶ ଏବଂ ଓଜିବି ଟେକ୍ନୋଲୋଜିର ଉନ୍ନତିକୁ ପ୍ରାଧାନ୍ୟ ଦେଇ କାମ କରିବାକୁ ସିଂ ପ୍ରାଥମିକତା ଦେବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରେ ସିଂ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରେ ପ୍ରୋବେସନାରି ଅଫିସର ଭାବେ ଯୋଗଦେଇଥିଲେ।

Share