ଛୋଟ ଫ୍ଲାଟ୍‌ରେ ରହିବେ ଋଷି ସୁନକ୍‌

ଲଣ୍ଡନ, ୨୮/୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ୧୦ ଡାଉନିଂ ଷ୍ଟ୍ରିଟ୍‌ ସରକାରୀ ବାସଭବନରେ ରହିବେ ନାହିଁ। ଏହା ପରିବର୍ତ୍ତେ ସେ ତାଙ୍କ ପରିବାର ସହ ଏକ ଛୋଟ ଫ୍ଲାଟ୍‌କୁ ଫେରିବେ। ସେଠାରେ ରହିବାରେ ସୁନକ୍‌ ବହୁତ ଖୁସି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି। ୧୦ ଡାଉନିଂ ଷ୍ଟ୍ରିଟ୍‌ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବେ ୧୭୩୫ରୁ ବ୍ୟବହୃତ ହୋଇଆସୁଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ସହ ବିଭିନ୍ନ ଦେଶରୁ ଆସୁଥିବା ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ଆତିଥେୟତା ପ୍ରଦାନ କରିଥାନ୍ତି। ଅର୍ଥମନ୍ତ୍ରୀ ଥିବାବେଳେ ସୁନକ୍‌, ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଏବଂ ଦୁଇଝିଅ ଯେଉଁ ଫ୍ଲାଟ୍‌ରେ ରହୁଥିଲେ, ଏବେ ସେହିଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଋଷିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏହି ଅବସରରେ ଦୁଇ ନେତା ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍‌ଟିଏ)ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସୁନକ ମଧ୍ୟ ଟୁଇଟ୍‌ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ଆର୍ଥତ୍କ ସହଯୋଗ ବଢ଼ିଲେ ବିରାଟ ସଫଳତା ମିଳିବ ବୋଲି ସୁନକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ...

ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ

ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ...

ବଡ଼ ଗେମ୍‌ ଖେଳିଲେ ୟୁନୁସ୍‌ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…

ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri