ଋଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୫୨ କୋଟି

ଛତ୍ରପୁର,୨୮।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣର ଶୁଭାରମ୍ଭ ହୋଇଛି। ବୁଧବାର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୨୦୨୩ରେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ଲାଗି ୧୫୨ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ୟାରେଜର ଲମ୍ବ ୨୦୫ ମିଟର ରହିବା ସହ ୧୪ ଟି ସୁଇଜ୍‌ ଗେଟ ରହିବ। ଏହି ବ୍ୟାରେଜ ନିର୍ମାଣ ହେଲେ ପାଣି ଗଚ୍ଛିତ ରହିବା ସହ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ଫିସେରୀ ଓ ଇକୋ ଟୁରିଯିମ୍‌ର ସୁବିଧା ହୋଇପାରିବ
ଏହା ଦ୍ୱାରା ଛତ୍ରପୁର ଓ ଗଞ୍ଜାମ ବ୍ଲକର ୧୬ଟି ଗାଁର ୮୮ ହଜାର ୨୫୯ ଲୋକେ ଉପକୃତ ହେବେ ୨୦୨୫ ଅକ୍ଟୋବର ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି।