ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରୁଷୁଡା ସରପଞ୍ଚ ସବିତା ବେହେରା ତାଙ୍କ ପତ୍ର ସଂଖ୍ୟା ୩୭ରେ ପଞ୍ଚାୟତକୁ ୭୨ ଘଣ୍ଟା ଅର୍ଥାତ୍‌ ୧୮ ତାରିଖ ସକାଳ ୧୦ଟାରୁ ୨୧ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିରେ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି। ଜାରି ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Share