ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ରୁ ବାହାରିଥିବା ପଦଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି l ଏହି ପଦଯାତ୍ରା ଗଞ୍ଜାମ ସହରରେ ପ୍ରବେଶ କରିବା ପରେ ଦି ଇକୋୱାରୀଅର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିପୁଳ ସମ୍ଭର୍ଦ୍ଧନା ଜଣାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚର ବିନୋଦ ଚନ୍ଦ୍ର ମହାପାତ୍ର,ସ୍ଥାନୀୟ ଅଞ୍ଚଳ ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକି, ସୁଦାମ ଚରଣ ଜେନା, ଇକୋବlରିଆର ପ୍ରଭାତ ସାହୁ, ଆକାଶ ଗୌଡ଼, ଇଲେୟା ରେଡି ପ୍ରମୁଖ ଫୁଲତୋଡ଼ା ଦେଇ ପ୍ରଥମେ ସ୍ବାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ l ସେଠାରୁ ପଣ୍ଡାସାହି, ଦୁର୍ଗାଦେବୀ ସାହି, ସାମନ୍ତରା ସାହି, କଲେଜ ରୋଡ୍‌ ଦେଇ ସାନ ବଜାରଠାରେ ପହଞ୍ଚିଥିଲା ପଦଯାତ୍ରା l ପୁଣି ବଡବଜାର ପରିକ୍ରମା ପରେ ପୁଇଁତୋଳା ଦେଇ ପୁରୁଣା ବନ୍ଧ ଋଷୁକୂଲ୍ୟା ମୁହାଣଠାରେ ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଥିଲା l ଏହି ପଦଯାତ୍ରାରେ ଦୟାନଦୀ ବଞ୍ଚାଓ ଆବାହକ ସଚ୍ଚିଦାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରl, ସିମାଞ୍ଚଳ ନାହାକ, ଦେବପ୍ରସାଦ ରାଓ, ଲକ୍ଷ୍ମୀ ନୃସିଂହ ରଥ, ସୁବାଷ ରାଉଳ, ସଂଜୀବ ରେଡି ପ୍ରମୁଖ ନେତୃତ୍ୱ ନେଇଥିଲେ l ମଙ୍ଗଳବାର ଋଷିକୂଲ୍ୟା ମୁହାଣଠାରେ ପଦଯାତ୍ରା ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଛି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡି ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶିଶୁଙ୍କ ନାମଲେଖା, ଶିଶୁ ବାଟିକା ସଚେତନତା କାର୍ଯ୍ୟକ୍ରମ

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ...

ବ୍ଲକ କାର୍ଯ୍ୟାଳୟରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କଲେ BDO

ଦାରିଙ୍ଗବାଡି, ୨୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଛି। କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ...

ଦିଗପହଣ୍ଡି ଏନ୍ଏସିର ବାର୍ଷିକ ବଜେଟ ଅଧିବେଶନ: ଖର୍ଚ୍ଚ କରାଯିବ ୧୩ କୋଟି ୩୧ ଲକ୍ଷ 

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଏନଏସି ର ୧୭ ତମ ବାର୍ଷିକ...

ଉତ୍କଳ ଯାଦବ ମହାସଭା ପକ୍ଷରୁ ସରପଞ୍ଚ ସମ୍ମାନୀତ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଷୋହଳ ଖଣ୍ଡ...

ବନ୍ଦେ ଭାରତ ଉପରେ ପଥର ମାଡ଼

ରାଉରକେଲା,୨୬ା୩(ସଙ୍ଗୀତା ଜେନା): ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ରେ ବୁଧବାର ପଥର ମାଡ଼ ହୋଇଛି। ଏକ ବଗିର ଝରକା ପାଖ କାଚ ଭାଙ୍ଗି ଯାଇଥିବା...

ନବନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ନବ ନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସମ୍ବର୍ଦ୍ଧନା...

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image