ଗଞ୍ଜାମ,୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର,କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷୁକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ମଙ୍ଗଳବାର ଗଞ୍ଜାମ ସହରରେ ପ୍ରବେଶ କରିବା ପରେ ଗଞ୍ଜାମ ବରିଷ୍ଠ ନାଗରିକ ମଞ୍ଚ, ଦି ଇକୋୱାରୀଅର ସ୍ବେଛାସେବୀ ସଂଗଠନ ପକ୍ଷରୁ ୱାର୍ଡ ନ । କରଣ ସାହି ଠାରେ ବିପୁଳ ସମ୍ଭର୍ଦ୍ଧନା ଜଣାଇଥିଲେ। ବରିଷ୍ଟ ନାଗରିକ ମଞ୍ଚର ବିନୋଦ ଚନ୍ଦ୍ର ପାଢ଼ୀ, ସ୍ଥାନୀୟ ଅଞ୍ଚଳ ଯୁବ ସ୍ବେଚ୍ଚାସେବୀ ସୁଧୀର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକି, ସୁଦାମ ଚରଣ ଜେନା, ଇକୋବlରିଆର ପ୍ରଭାତ ସାହୁ, ଆକାଶ ଗୌଡ଼, ଇଲେୟା ପ୍ରମୁଖ ଫୁଲତୋଡ଼ା ଦେଇ ପ୍ରଥମେ ସ୍ବାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ l ସେଠାରୁ ପଣ୍ଡାସାହି, ଦୁର୍ଗାଦେବୀ ସାହି, ସାମନ୍ତରା ସାହି, କଲେଜ ରୋଡ଼ ଦେଇ ସାନ ବଜାର ଠାରେ ପହଞ୍ଚିଥିଲା ପଦଯାତ୍ରା। ପୁଣି ବଡବଜାର ପରିକ୍ରମା ପରେ ପୁଇଁତୋଳା ଦେଇ ପୁରୁଣା ବନ୍ଧ ଋଷୁକୂଲ୍ୟା ମୁହାଣ ଠାରେ ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଥିଲା। କମ୍ପାନୀକୁ ପାଣିଦେବା ବନ୍ଦ କର, ଋଷୁକୂଲ୍ୟା ବଞ୍ଚାଓ ନାରାବାଜିରେ ସହର ପ୍ରକମ୍ପିତ ହୋଇଥିଲା।
ପିପଳଙ୍କାରେ ପ୍ରସ୍ତାବିତ ଡ୍ୟାମ ଓ ଅବାଧାଲୀ ଖନନ ବିରୁଦ୍ଧରେ ଋଷୁକୂଲ୍ୟା ନଦୀର ସୁରକ୍ଷା ପାଇଁ ଦଶ ଦିନିଆ ପଦଯାତ୍ରା ଆରମ୍ଭ ହୋଇଥିଲା। ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚଳିତ ମାସ ୧୬ରୁ ଏହି ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରାରେ ଦୟାନଦୀ ବଞ୍ଚାଓ ଆବାହକ ସଚ୍ଚିଦାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରl, ସିମାଞ୍ଚଳ ନାହାକ, ଦେବପ୍ରସାଦ ରାଓ, ଲକ୍ଷ୍ମୀ ନୃସିଂହ ରଥ ସୁବାଷ ରାଉଳ, ସଂଜୀବ ରେଡି ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇଥିଲେ l ମଙ୍ଗଳବାର ଋଷିକୂଲ୍ୟା ମୁହାଣ ଠାରେ ପଦଯାତ୍ରା ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଛି।