କ୍ୱିଭ୍,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ସୁମିର ଆବାସିକ ଅଞ୍ଚଳ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଅତିକମ୍ରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ପିଲା ସାମିଲ ଅଛି।
ସୂଚନାଯୋଗ୍ୟ, ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୧୪ ତମ ଦିନ। ୧୪ ଦିନ ପରେ ମଧ୍ୟ, ରୁଷିଆ ୟୁକ୍ରେନ ରାଜଧାନୀ କ୍ୱିଭକୁ ନିଜ ଦଖଲକୁ ନେଇପାରି ନାହିଁ। ଏହି ସମୟ ମଧ୍ୟରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି ପାଉଛି । ଆମେରିକା ରୁଷିଆରୁ ଅଶୋଧିତ ତୈଳ ଏବଂ ଗ୍ୟାସ ଆମଦାନୀ କରିବ ନାହିଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି। ସୈିପରି ପେପସିକୋ ରୁଷିଆରେ ଉତ୍ପାଦନ ଏବଂ ବିକ୍ରୟ ବନ୍ଦ କରିଦେଇଛି।