ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ

କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି । ରୁଷିଆ କହିଛି ମୋସ୍କୱା ୟୁକ୍ରେନର ମିଶାଇଲ ମାଡରେ ନଷ୍ଟ ହୋଇଯାଇଛି । ଶୁକ୍ରବାର ଏହି ସୂଚନା ଦେଇ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନଷ୍ଟ ହୋଇଥିବା ଯୁଦ୍ଧ ଜାହାଜ ମୋସ୍କୱାରେ ରୁଷିଆର ଜଣେ ସେନାଙ୍କ ମୃତ୍ୟୁ ହେବା ସହ ୨୭ ଜଣ ନିଖୋଜ ରହିଛନ୍ତି । ହେଲେ ଏଥିରେ ଥିବା ଅନ୍ୟ ୩୯୬ ଜଣଙ୍କୁ ଉଦ୍ଧାର କରାଯାଇଛି । ମନ୍ତ୍ରଣାଳୟ କହିଛି ଘଟଣା ଘଟିବା ପରେ ପରେ ତୁରନ୍ତ ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ହେଲେ ରୁଷିଆ ମନ୍ତ୍ରଣାଳୟ ବିରୋଧାଭାସୀ ରିପୋର୍ଟକୁ ନେଇ କୌଣସି ସ୍ପଷ୍ଟିକରଣ ଦେଇ ନାହିଁ ।
ବ୍ଲାକ ଫ୍ଲିଟର ପ୍ରମୁଖ ଯୁଦ୍ଧ ଜାହାଜ ନଷ୍ଟ ହୋଇଯିବା ରୁଷିଆ ପାଇଁ ବଡ କ୍ଷତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ରୁଷିଆ ଶୁକ୍ରବାର ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସ୍ୱୀକାର କରି ନ ଥିଲା । ରୁଷିଆ କହିଥିଲା ଗୋଳାବାରୁଦରେ ବିସ୍ଫୋରଣ ଯୋଗୁ ଯୁଦ୍ଧରେ ନିଆଁ ଲାଗି ଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ଅଧିକ ସୂଚନା ବି ଦେଇ ନ ଥିଲା ।

Share