ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା ପ୍ରକାଶ କରିଛି । ରୁଷିଆ ସେନାର ପ୍ରବକ୍ତା ଦିମିତ୍ରି ପେସକୋବ ଗୁରୁବାର ଏକ ମିଡିଆ ବ୍ରିଫିଙ୍ଗରେ ସ୍ୱୀକାର କରିଛନ୍ତି କି ଏହି ଯୁଦ୍ଧରେ ରୁଷିଆର ବହୁ ସେନାଙ୍କ ଜୀବନ ଗଲାଣି । ହେଲେ ଦିମିତ୍ରି ମୃତାହତ ସେନାଙ୍କ ସଂଖ୍ୟା ସ୍ପଷ୍ଟ କରି ନାହାନ୍ତି ।
ଅନ୍ୟପଟେ ଦିମିତ୍ରି ବୁଚା ନରସଂହାର ଘଟଣାକୁ ଅସ୍ୱୀକାର କରିଛନ୍ତି । ବ୍ରିଟେନର ସ୍କାଇ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଦିମିତ୍ରି କହିଛନ୍ତି ମୃତ ସେନାଙ୍କ ସଂଖ୍ୟା ଆମକୁ ଦୁଃଖ ଦେଇଛି । ତେବେ ଏହାର ସଂଖ୍ୟା ଦିମିତ୍ରି ସ୍ପଷ୍ଟ କରି ନ ଥିବା ବେଳେ ଏହା ପୂର୍ବରୁ ମାର୍ଚ୍ଚରେ ରୁଷିଆ ୧.୩୫୧ ସେନାଙ୍କୁ ହରାଇଥିବା ପ୍ରକାଶ କରିଥିଲା । ଏହାସହ ୩,୮୨୫ ସେନା ଆହତ ହୋଇଥିବା ମଧ୍ୟ ରୁଷିଆ ସ୍ୱୀକାର କରିଥିଲା ।

Share