ୟୁକ୍ରେନ ଉପରେ ପୁଣି ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌,୫ା୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୟୁରୋପୀୟ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସ୍ପେନ ଯାତ୍ରା କରିଥିବା ବେଳେ ଏହି ସମୟରେ ରୁଷିଆ ୟୁକ୍ରେନ ଉପରେ ଅଧିକ ଡ୍ରୋନ ଆକ୍ରମଣ କରିଛି।

ୟୁକ୍ରେନର ବାୟୁସେନା କହିଛି, ଦେଶର ବାୟୁ ପ୍ରତିରକ୍ଷା ୨୯ଟି ଇରାନ ନିର୍ମିତ ଡ୍ରୋନ୍‌ ମଧ୍ୟରୁ ୨୪ଟିକୁ ଖସାଇବାରେ ସଫଳ ହୋଇଛି। ରୁଷିଆ ଦକ୍ଷିଣ ଓଡ଼େସା, ମାଇକୋଲାଇଭ ଏବଂ କିରୋଭୋରାଡ ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ କରିଛି।

କିରୋଭୋରାଡ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ଆଣ୍ଡ୍ରି ରାଇକୋଭିଚ କହିଛନ୍ତି, ଡ୍ରୋନ୍‌ ଆକ୍ରମଣ ଯୋଗୁ ଇନ୍‌ଫ୍ରାଷ୍ଟ୍ରକ୍‌ଚରରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଜରୁରୀକାଳିନ ସେବା ନିୟୋଜିତ କରାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ସେ କହିଛନ୍ତି।

Share