ମାନିଲା ରୁଷିଆ, ଯୁଦ୍ଧରେ ହୋଇଛି ବହୁ କ୍ଷତି…

ମସ୍କୋ, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ଦେଢ଼ମାସ ବିତିଛି। ପୂର୍ବରୁ ୟୁକ୍ରେନ୍‌ ବାରମ୍ବାର ରୁଷିଆର କ୍ଷତି ହୋଇଥିବା ଦାବି କରୁଥିଲା। ଏହା ସହିତ ଆମେରିକାର କେତେକ ଗୁପ୍ତଚର ସଂସ୍ଥା ମଧ୍ୟ ଏଭଳି କହୁଥିଲେ। ମାତ୍ର ରୁଷିଆ କ୍ଷୟକ୍ଷତି ନେଇ ଚୁପ୍‌ ରହିଥିଲା। ମାତ୍ର ରୁଷିଆ ଏବେ ନୀରବତା ଭାଙ୍ଗି ମୁହଁ ଖୋଲିଛି।

ରୁଷିଆ ସଠିକ୍‌ ସୂଚନା ଦେଇ ନ ଥିଲେ ମଧ୍ୟ କହିଛି ଯେ, ଯୁଦ୍ଧରେ ବହୁ କ୍ଷତି ହୋଇଛି। ୟୁକ୍ରେନ୍‌ର ରିପୋର୍ଟ ଅନୁସାରେ ଯୁଦ୍ଧରେ ୧୮ ହଜାରରୁ ଅଧିକ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିଭଳି ଯୁଦ୍ଧକୁ ବହୁ ରୁଷୀୟ ନାଗରିକ ମଧ୍ୟ ବିରୋଧ କରୁ୍‌ଛନ୍ତି। ଏହାକୁ ନେଇ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share