ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କଲା ରୁଷିଆ: ୩ ମୃତ, ବହୁ ଆହତ…

କିଭ,୧୬।୮ : ରୁଷିଆ ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳ ଏବଂ ପୋଲାଣ୍ଡ ସୀମା ନିକଟରେ ଭୋଲିନ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଲୁଟସ୍କର ସ୍ବଡେନ ଏସକେଏଫ କାରଖାନାର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ବର୍ଷ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସ୍ଥାନୀୟ ଗଣମାଧ୍ୟମ ଏହାକୁ ଲୁଟସ୍କ ଅଞ୍ଚଳର ଏହା ସବୁଠାରୁ ବଡ ଧରଣର ଏୟାର ଷ୍ଟ୍ରାଇକ ବୋଲି କୁହାଯାଉଛି।

ଲୁଟସ୍କ ଏବଂ ଭୋଲିନ ପୋଲାଣ୍ଡ ସୀମା ନିକଟରେ କିନ୍ତୁ ଫ୍ରଣ୍ଟ ଲାଇନଠାରୁ ଶହ ଶହ କିଲୋମିଟର ଦୂରରେ। ରୁଷିଆ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ମାର୍ଗକୁ ଅବରୋଧ କରିବା ପାଇଁ ଏଠାରେ ଆକ୍ରମଣ କରୁଥିବା କୁହାଯାଉଛି।

ଲୁଟସ୍କର ଗଭର୍ନର ମ୍ୟାକ୍ସିମ କୋଜିଟସ୍କି କହିଛନ୍ତି ଆକ୍ରମଣ ଏହି ଅଞ୍ଚଳର ତଥା ଏହାର ରାଜଧାନୀ ନାମିର ଅନେକ ଅଟ୍ଟାଳିକାକୁ କ୍ଷତି ପହଞ୍ଚାଇଛି। କ୍ଷେପଣାସ୍ତ୍ରର ଏକ ତିନି ମହଲା କୋଠା ଉପରେ ପଡିଥିଲା। ସେହିଭଳି ସହର ବାହାରେ ଥିବା ଷ୍ଟାଭଚାନି ଏବଂ ସୁଖୋଭୋଲିଆ ଗ୍ରାମରେ ଅନ୍ୟ ୧୦ ଟି ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଲୁଟସ୍କ ମେୟର ଆଣ୍ଡ୍ରେ ସାଡୋଭି କହିଛନ୍ତି ଏକ କ୍ଷେପଣାସ୍ତ୍ର ସ୍ଥାନୀୟ ଶିଶୁ ଉଦ୍ୟାନର ଏକ ଅଗଣା ମାଡ ହେବାରୁ ୪ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରଣ ବାଳାଶ୍ରମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି ଏବଂ ୧୦୦ ରୁ ଅଧିକ ଆପାର୍ଟମେଣ୍ଟ ନଷ୍ଟ ହୋଇଯାଇଛି। ଭୋଲିନରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ତିନିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଆହତ ହୋଇଥିବା ଏହି ଅଞ୍ଚଳର ରାଜ୍ୟପାଳ ୟୁରୀ ପୋହୁଲିଆକୋ କହିଛନ୍ତି।

Share