Categories: ଜାତୀୟ

ଋଷିଆର ଆର୍ମିରେ ଶାମିଲ୍‌ ଥିବା ଭାରତୀୟଙ୍କୁ ନେଇ ବଡ଼ ଖବର

ନୂଆଦିଲ୍ଲୀ, ୧୧।୦୮: ଋଷିଆ ଦୂତାବାସ, ୟୁକ୍ରେନ୍‌ ବିରୋଦ୍ଧରେ ଯୁଦ୍ଧ ଲଢ଼ିବା ପାଇଁ ବିଶେଷ ସୈନ୍ୟ ଅଭିଯାନରେ ଭର୍ତ୍ତି କରିଥିବା ଭାରତୀୟ ନାଗରିକଙ୍କୁ ନେଇ ବଡ଼ ବୟାନ ଦେଇଛି । ଯୁଦ୍ଧରେ ଭାରତୀୟଙ୍କ ସହ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ଶୋକବ୍ୟକ୍ତ କରିଥିବା ଋଷିଆ ଦୂତାବାସ ଜଣାଇଛି । ଏପ୍ରିଲ୍‌ ମାସରୁ ଏହାର ସଶସ୍ତ୍ର ବଳରେ ଭାରତୀୟଙ୍କ ନିଯୁକ୍ତିକୁ ବନ୍ଦ କରିଛି । ମସ୍କୋ ଏବଂ ନୂଆଦିଲ୍ଲୀ ଭାରତୀୟ ନାଗରିକଙ୍କୁ ସନ୍ଧାନ କରି ଶୀଘ୍ର ସେମାନଙ୍କୁ ସେବାରୁ ମୁକ୍ତ କରିବାକୁ ମିଳିତ ଭାବେ କାର୍ଯ୍ୟକରୁଛି ବୋଲି ଦୂତାବାସ ଜଣାଇଛି । ଯେଉଁମାନେ ସେନାରେ କାର୍ଯ୍ୟ ପାଇଁ ସାମିଲ୍‌ ହୋଇଥିଲେ ଏବଂ ଏବେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଭାରତ ପଠାଯିବ ।

ଋଷିଆ ଦୂତାବାସ ଆହୁରି ମଧ୍ୟ କହିଛି ଯେ, ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ସୈନ୍ୟ ସେବାରେ ନିୟୋଜିତ କରିବା ଏପ୍ରିଲ୍‌ ମାସରୁ ବନ୍ଦ କରିଦିଆଯାଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଚଳିତ ସପ୍ତାହ ଶୁକ୍ରବାର ଲୋକସଭାରେ ଏନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ଏନେଇ କହିଥିଲେ ଯେ, ଋଷି ସେନାରେ ଭର୍ତ୍ତି ହୋଇଥିବା ୬୯ ଭାରତୀୟ ନାଗରିକ ସେବାରୁ ବାହାରକୁ ଆସିବା ପାଇଁ ଚାହୁଁଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଅବଗତ କରାଇଛନ୍ତି । ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

Share