ଓ୍ବାଶିଂଟନ,୧୫।୩: ରୁଷିଆ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ଦୁର୍ଘଟଣାକୁ ନେଇ ଆମେରିକା ରୁଷିଆକୁ ଖୋଲାଖୋଲି ଚେତାବନୀ ଦେଇଛି। ମଙ୍ଗଳବାର ଏକ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଆମେରିକାର ସିନେଟ ଚକ ଶୁମର କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଅପ୍ରତ୍ୟାଶିତ ଉତ୍ତେଜନା ସୃଷ୍ଟି ହେବା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏଭଳି ଆଚରଣ ବନ୍ଦ କରିବାକୁ ସେ ସେ କହିଛନ୍ତି।
ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ଅନ୍ତର୍ଜାତୀୟ ଆକାଶ ଅଞ୍ଚଳରେ ରୁଟିନ ଅପରେଶନ କରୁଥିବାବେଳେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଧକ୍କା ଦେଇଥିଲା। ଯାହା ପରେ ଆମେରିକା ଡ୍ରୋନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।