ୱାଶିଂଟନ,୧୮ ।୩: ଆମେରିକା ଓ ରୁଷିଆ ମଧ୍ୟରେ ହୋଇଥିବା ତୁତୁମେମେ ଥମିବାର ନାଁ ନେଉନି । ସଂଯୁକ୍ତ ରାଜ୍ୟ ଆମେରିକା ବ୍ଲାକ ସି ଅଞ୍ଚଳରେ ସର୍ଭିଲାନ୍ସ ଡ୍ରୋନ ଉଡାଣ ପୁଣିଥରେ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ରୁଷିଆର ଏକ ଯୁଦ୍ଧ ଜେଟ ନଜର ରଖୁଥିବା ଆମେରିକାର ଏକ ଡ୍ରୋନକୁ ଖସାଇ ଦେଇଛି । ଏହାପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି ।
ଏହାଦ୍ୱାରା ପୁଣିଥରେ ବ୍ଲାକ ସି ନିକଟରେ ଡ୍ରୋନ ଉଡାଇବା ଆମେରିକାର ନିଷ୍ପତ୍ତି ଉତ୍ତେଜନାକୁ ଆହୁରି ବଢାଇ ଦେଇପାରେ । ଆମେରିକା ଅଧିକାରୀ ଶୁକ୍ରବାର କହିଛନ୍ତି ଏକ ଆରକ୍ୟୁ-୪ ଗ୍ଲୋବାଲ ହକ ଶୁକ୍ରବାର ଏହି ଅଞ୍ଚଳରେ ଏକ ମିଶନ ପାଇଁ ଉଡାଣ କରିଥିଲେ । ମଙ୍ଗଳବାର ଘଟଣା ପରେ ଏଭଳି ଡ୍ରୋନ ଉଡାଣ ଏହା ପ୍ରଥମ ଥର ଥିଲା । ପେଣ୍ଟାଗନର ଅଧିକାରୀ ଚଳିତ ସପ୍ତାହରେ ବାରମ୍ବାର ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ କି ମଙ୍ଗଳବାର ହୋଇଥିବା ଘଟଣା ୱାଶିଂଟନ ଏଭଳି ମିଶନ ଉଡାଣକୁ ଅଟକାଇ ପାରିବ ନାହିଁ ।