ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୧୧ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଏଥିସହ ଯେପର୍ଯ୍ୟନ୍ତ ସେଠାରେ ଫସି ରହିଥିବା ଲୋକଙ୍କୁ ବାହାର ନ କରାଯାଇଛି ସେପର୍ଯ୍ୟନ୍ତ ଆକ୍ରମଣ କରାଯିବ ନାହିଁ ବୋଲି ରୁଷିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦ ଦିନ ଧରି ୟୁକ୍ରେନରେ ଯୁଦ୍ଧ ଜାରି ରହିଛି। ରୁଷିଆ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଇତିମଧ୍ୟରେ ରୁଷିଆ ବର୍ତ୍ତମାନ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଘୋଷଣା କରିଛି। ୨ଦେଶ ମଧ୍ୟରେ ପୂର୍ବରୁ ୨ଥର ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି ନିର୍ଷ୍କସ ବାହାରିପାରି ନ ଥିବାରୁ ତୃତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନା ମୁତାବକ ୟୁକ୍ରେନରେ ଅନେକ ଲୋକ ଫସି ରହିଛନ୍ତି। ଏଥିରେ ଭାରତୀୟ ଛାତ୍ର ମଧ୍ୟ ସାମିଲ ରହିଛନ୍ତି। ଏଭଳି ସ୍ଥିତିରେ ଏହି ଖବର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଫେବୃଆରୀ ୨୪ରୁ ମାର୍ଚ୍ଚ ୫ ଅର୍ଥାତ୍‌ ଶନିବାର ଯାଏ ଚାଲିଆସୁଥିବା ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପୂର୍ବରୁ କ୍ୱିଭ୍‌ର ନିକଟସ୍ଥ ବୁକାରେ ରୁଷିଆର ସୈନ୍ୟ ସାଧାରଣ ଜନତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିସହ ସୈନିକମାନେ ବୁକାର ଏକ କାର ଉପରେ ଗୁଳି ଚଳାଇଥିବା ୟୁକ୍ରେନ ଗଣମାଧ୍ୟମ ଦାବି କରିଛି। ତେବେ ଏହି ଦୁର୍ଘଟଣାରେ ଜଣେ ୧୭ ବର୍ଷର ବାଳିକା ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ରହିଛି।

Share