ମସ୍କୋ,୨୩।୪: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ନେଇ ବର୍ଲିନ୍ ମସ୍କୋ ସହ ସମସ୍ତ ଚୁକ୍ତି ପ୍ରତ୍ୟାହାର କରିନେଇଛି। ଏହା ପରେ ଜର୍ମାନୀ ବିରୋଧରେ ରୁଷିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରୁ ୨୦ଜର୍ମାନୀ ରାଷ୍ଟ୍ରଦୂତକୁ ବାହାର କରିଦେବାକୁ ରୁଷିଆ ଘୋଷଣା କରଇଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଗାଖରୋଭା ଏକ ଟେଲିଭିଜ୍ନ ସାକ୍ଷାତ୍କାରରେ ଏହି ସୂଚନା ଦେଇଛନ୍ତି।