ଆଇସିସି ଓକିଲ, ବ୍ରିଟେନର ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୯।୮: ରୁଷିଆ ଶୁକ୍ରବାର ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ ଏବଂ ବ୍ରିଟେନର ମନ୍ତ୍ରୀଙ୍କ ଉପରେ ନୂତନ ପ୍ରତିବନ୍ଧକ ଘୋଷଣା କରିଛି। ପ୍ରକୃତରେ, ଆଇସିସି ଓକିଲ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଏବଂ ବ୍ରିଟେନର ମନ୍ତ୍ରୀମାନେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରିଥିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରୁଷିଆର ଅଫିସିଆଲ ନ୍ୟୁଜ ଏଜେନ୍ସି ତଏହି ସୂଚନା ଦେଇଛତ। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପ୍ରତିଶୋଧ ପରାୟଣ ଭାବରେ ୫୪ ବ୍ରିଟେନ ନାଗରିକଙ୍କୁ ରୁଷିଆରେ ପ୍ରବେଶ କରିବାକୁ ବାରଣ କରି ମସ୍କୋ ଏହାର ପ୍ରତିବନ୍ଧକ ତାଲିକାକୁ ବିସ୍ତାର କରିଛି।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ତାଲିକାରେ ବ୍ରିଟେନର ଡିଜିଟାଲ, ସଂସ୍କୃତି, ମିଡିଆ ଏବଂ କ୍ରୀଡା ମନ୍ତ୍ରୀ ଲୁସି ଫ୍ରେଜର ଅଛନ୍ତି। ରୁଷିଆକୁ ଅନ୍ତର୍ଜାତୀୟ ଖେଳରୁ ଅଲଗା କରିବା ପାଇଁ ଲୁସି ଏକ ଅଭିଯାନକୁ ପ୍ରୋତ୍ସାହିତ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରତିବନ୍ଧକ ତାଲିକାରେ ଥିବା ଅନ୍ୟ ବ୍ରିଟିଶ ନାଗରିକମାନେ ବିସିସିଆଇ, ଗୁଇନ୍ଦା ମିଡିଆ ଗ୍ରୁପ ଏବଂ ଡେଲି ଟେଲିଗ୍ରାଫର ପତ୍ରକାର, ଆଇସିସି ଓକିଲ କରିମ ଖାନ ସାମିଲ ଅଛନ୍ତି। ପୁଟିନ୍‌ଙ୍କୁ ଗିରଫ ୱାରେଣ୍ଟ ଜାରି କରିବାରେ କରିମ ଖାନ ସମ୍ପୃକ୍ତ ଥିଲେ।

Share