ୟୁକ୍ରେନର ଆର୍ମସ ଡିପୋକୁ ଉଡାଇଲା ରୁଷିଆ, ୫୦ ମିଲିୟନର ଗୋଳାବାରୁଦ ନଷ୍ଟ

କ୍ୱିଭ,୧୪।୫: ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି। ଏହାପରେ ଆକାଶରେ କେବଳ ଧୂଆଁ ଦେଖାଯାଇଥିଲା। ୟୁକ୍ରେନର ଖମେଲନିତ୍ସକିରେଥିବା ଆର୍ମ ଡିପୋ ଉପରେ ରୁଷିଆ ଆକ୍ରମଣ କରିଛି। ଏହାକୁ ମିଶାଇ ରୁଷିଆ ଦୁଇଥର ଆକ୍ରମଣ କଲାଣି।

ନିକଟରେ ଅନେକ ବଡ଼ ଆକ୍ରମଣ ପରେ ରୁଷିଆ ଏହି ଆକ୍ରମଣ କରିଛି। ଏହାପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ସମୟ ସହିତ ଅଧିକ ବିପଜ୍ଜନକ ହୋଇପଡୁଛି।

Share