Categories: ଜାତୀୟ

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି।

ସୁବିଧାରେ ଭାରତୀୟଙ୍କୁ ପୋଲାଣ୍ଡ, ହଙ୍ଗେରୀ ଏବଂ ରୋମାନିଆରେ ପହଞ୍ଚାଇବା ଲାଗି ରୁଷିଆ ପକ୍ଷରୁ ୧୦୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଏନେଇ ଭାରତରେ ଅବସ୍ଥାପିତ ଥିବା ରୁଷିଆ ରାଷ୍ଟ୍ରଦୂତ ଡେନିସ୍‌ ଏଲପୋଓ୍ବ ସୂଚନା ପ୍ରଦାନ କରିଛନ୍ତି।

ଏସବୁ ବସ୍‌ ମାଧ୍ୟମରେ ୟୁକ୍ରେନ୍‌ର ବିଭିନ୍ନ ଅଞ୍ଚଳରୁ ଭାରତୀୟଙ୍କୁ ପଡ଼ୋଶୀ ଦେଶସୀମାରେ ପହଞ୍ଚାଇ ଦିଆଯିବ। ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଏୟାର ଲିଫ୍ଟ ସ୍ଥଳକୁ ଆଣିବା ରୁଷିଆ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

Share