ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି, କ୍ୱିଭ୍ ବୋମାମାଡରେ ୨୦ ମୃତ

କ୍ୱିଭ,୩ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚି ସାରିଲାଣି । ହେଲେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ବୋମାମାଡ କରିବା ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ କ୍ୱିଭର ମେୟର ଦାବି କରିଛନ୍ତି କି ରୁଷିଆ ଆକ୍ରମଣ ପରେ ମୃତ୍ୟୁ ହୋଇଥିବା ପାଖାପାଖି ୩୦୦ ଜଣଙ୍କ ମୃତଦେହକୁ ପୋତି ଦିଆଯାଇଛି ।
ସୂଚନାଯୋଗ୍ୟ, କ୍ୱିଭ ଦଖଲ କରି ନ ପାରି ପଛକୁ ଫେରିଥିବା ରୁଷିଆ ସେନା ଆକାଶ ମାର୍ଗରୁ ବୋମାମାଡ କରି ସମ୍ପୂର୍ଣ୍ଣ ସହରକୁ ନଷ୍ଟ କରି ଦେଇଛନ୍ତି । ରାସ୍ତା ଉପରେ କିଛି ସ୍ଥାନରେ ମୃତ ଶରୀର ସବୁ ପଡିଥିବା ଦେଖାଯାଇଛି । କୁହାଯାଉଛି କି ରୁଷିଆ ସେନାଙ୍କୁ ଯିଏ ନଜର ଆସିଲେ ତାଙ୍କୁ ସେ ଗୁଳି କରିଦେଇଛନ୍ତି । ଏହାରି ଭିତରେ କ୍ୱିଭର ମେୟର ଦାବି କରିଛନ୍ତି କି ରୁଷିଆ ଆକ୍ରମଣରେ ମୃତ୍ୟୁ ହୋଇଥିବା ୩୦୦ ଜଣଙ୍କ ମୃତଦେହକୁ ଏକାଠି ପୋତି ଦିଆଯାଇଛି । ୧୯ ଦିନ ହେବ ନିଖୋଜ ଥିବା ଜଣେ ୟୁକ୍ରେନ ଖବରଦାତାଙ୍କ ମୃତଦେହ ବି ମିଳିଥିବା ସୂଚନା ରହିଛି ।

Share