ୟୁକ୍ରେନ ଉପରେ ୨୫ ଡ୍ରୋନରେ ଆକ୍ରମଣ କଲା ରୁଷିଆ

କ୍ୱିଭ,୪।୯: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ତୁର୍କୀ ପ୍ରତିପକ୍ଷ ରେସିପ ତାଇପ ଏରଦୋଗନଙ୍କ ମଧ୍ୟରେ ଶସ୍ୟ ଆଲୋଚନା ହେବାର ଗୋଟିଏ ଦିନ ପୂର୍ବରୁ ମସ୍କୋ ୟୁକ୍ରେନର ଓଡେସା ଅଞ୍ଚଳରେ ଉପକୂଳ ଭିତ୍ତିଭୂମି ଉପରେ ପ୍ରାୟ ସାଢେ ତିନି ଘଣ୍ଟା ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ।
ଜୁଲାଇରେ ଭୁଶୁଡ଼ି ପଡ଼ିଥିବା ବ୍ଲାକ ସି ଦେଇ ଏକ ଶସ୍ୟ ପରିବହନ ଚୁକ୍ତି ପୁନରୁତ୍ଥାନ ପାଇଁ ଏରଦଗନ ଏବଂ ପୁଟିନ ଆଲୋଚନା କରିବେ। ଏହା ପରେ ୟୁକ୍ରେନରୁ ବ୍ଲାକ ସି ଦେଇ ଶସ୍ୟ ରପ୍ତାନି ପ୍ରଭାବିତ ହୋଇଛି। ରବିବାର ସକାଳେ ରୁଷ୍ରିା ସେନାମାନେ ଡାନୁବେ ନଦୀ ଅଞ୍ଚଳରେ ପ୍ରବଳ ଆକ୍ରମଣ କରିଥିଲେ ବୋଲି ୟୁକ୍ରେନ ବାୟୁସେନା ଏକ ଟେଲିଗ୍ରାମ ପୋଷ୍ଟରେ କହିଛି।
ଏହି ଆକ୍ରମଣରେ ରୁଷିଆର ସେନାମାନେ ୨୫ଇରାନ ନିର୍ମିତ ଶହିଦ ଡ୍ରୋନ ବ୍ୟବହାର କରିଥିଲେ। ସେଥିମଧ୍ୟରୁ ୨୨ ଟି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଗୁଳି ଚଳାଇଥିଲା। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଷ୍ଟାଫ ମୁଖ୍ୟ ଆଣ୍ଡ୍ରି ୟେରମକ ଏହି ପଦକ୍ଷେପକୁ ବିଶ୍ୱରେ କ୍ଷୁଧା ଏବଂ ଶସ୍ୟ ସଙ୍କଟ ବୋଲି କହିଛନ୍ତି।

Share