ମସ୍କୋ,୨୭ା୧୨:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ବୁଧବାର ରୁଷିଆର ସମର୍ଥନ ମିଳିଛି। ଏଥିସହ ନୂଆଦିଲ୍ଲୀ ପକ୍ଷରୁ ଜି୨୦ର ସଫଳ ଆୟୋଜନକୁ ମଧ୍ୟ ‘ସତ୍ୟର ବିଜୟ’ ଭାବେ ଅଭିହିତ କରି ମସ୍କୋ ପ୍ରସଂଶା କରିଛି। ସୁରକ୍ଷା ପରିଷଦରେ ବର୍ତ୍ତମାନ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ୫ ସ୍ଥାୟୀ ସଦସ୍ୟ ହେଲେ ଆମେରିକା, ବ୍ରିଟେନ୍, ଚାଇନା, ରୁଷିଆ ଓ ଫ୍ରାନ୍ସ। ବିଶ୍ୱର ପରିବର୍ତ୍ତିତ ବାସ୍ତବତାକୁ ଦୃଷ୍ଟିରେ ରଖି ଜାତିସଂଘରେ ସଂସ୍କାର ଏବଂ ୟୁଏନ୍ଏସ୍ସି ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଦୀର୍ଘ ସମୟ ଧରି ଦାବି କରିଆସୁଛି। ଏହି ପରିପ୍ରେକ୍ଷୀରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଆମେ ଦୃଢ଼ ଭାବେ ସମର୍ଥନ କରୁଛୁ ବୋଲି ୫ ଦିନିଆ ମସ୍କୋ ଗସ୍ତରେ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା ପରେ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ କହିଛନ୍ତି।